xmas

ପୋଲିସ ଦ୍ବାରା ୩୦ କେଜି ଗଞ୍ଜେଇ ସହ କାର ଜବତ; ୪ ଗିରଫ

ମାଲକାନଗିରିରୁ କେରଳକୁ ନୀଳ ଜହର ଚାଲାଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ପୋଲିସକୁ ମିଳିଛି ସଫଳତା ମାଥିଲି ଗୋବିନ୍ଦପାଲ୍ଲି ଚେକପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ବିଶେଷ ସୂତ୍ରରୁ ଖବର ପାଇଁ ମାଥିଲି ପୋଲିସ ପକ୍ଷରୁ ଗୋଟିଏ ନୀଳ ରଙ୍ଗର ହୁଣ୍ଡେଇ ଆଇ ୨୦ କାରକୁ ଅଟକାଇ ଥିଲେ । ଯାଞ୍ଚ୍ କରିବାରୁ କାର ଭିତରୁ ୩୦ କିଲୋ ଗଞ୍ଜେଇ ବେଆଇନ ଚୋରାଚାଲାଣ କରୁଥିଲେ। ତେବେ ପୋଲିସ ପକ୍ଷରୁ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି। ୪ ଅଭିଯୁକ୍ତ ମଧ୍ୟରେ ୩ ଜଣ କେରଲ ରାଜ୍ୟର ଇରଶାଦ କେ. (୩୦) ବିବିନ ସିଏସ (୩୩) ବାବୁ କେ. (୪୧) ରହିଥିବା ବେଳେ, ଜଣେ ଚିତ୍ରକୋଣ୍ଡା ଅଞ୍ଚଳର ନୂଆଗୁଡ଼ା ଗ୍ରାମର ସୁରେଶ ଖିଲ (୩୫) ବୋଲି ଜଣାପଡ଼ିଛି କାରଟିର ନମ୍ବର୍ କେ.ଏଲ.୫୭.ୱଇ ୯୪୬୦ ରହିଛି। ଏଥି ସହିତ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୫୯୦/- ଟଙ୍କା ୪ଟି ମୋବାଇଲ ଫୋନ କିଛି ଏଟିଏମ୍ ଏବଂ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଲିସ ପକ୍ଷରୁ ଜବତ କରାଯାଇଛିା। ଅଭିଯୁକ୍ତଙ୍କ କହିବା ଅନୁସାରେ ଜବତ ଗଞ୍ଜେଇ ମାଲକାନଗିରିରୁ କେରଳ। ରାଜ୍ୟକୁ ଚାଲାଣ କରାଯାଉଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଦେବଦର ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.