xmas

ବିଜେଡିର ମିଶ୍ରଣ ପର୍ବ ସହ ଘରେ ଘରେ ଶଙ୍ଖ ପରିବାର ସଂପର୍କ ଅଭିଯାନ

ମାଲକାନଗିରି: ମାଲକାନଗିରି ରାଜ୍ୟ ରେ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ଜିଲ୍ଲା ରେ ନିର୍ବାଚନ ଉଷ୍ମତା ଧିରେ ଧିରେ ବଢିବାରେ ଲାଗିଛି । ଆଜି ମାଲକାନଗିରି ନିର୍ବାଚନ ମଣ୍ଡଳି କାଲିମେଳା ବ୍ଲକ ଅନ୍ତର୍ଗତ ମାଲାବାରାମ ଓ ମାହାରାଜପାଲି ଗ୍ରାମ ପଞ୍ଚାୟତରେ ଜୋନ୍ ସଂଯୋଜକ ତଥା ମାଲକାନଗିରି ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଓ କାଲିମେଳା ବ୍ଲକ କାର୍ଯ୍ୟକାରି ସଭାପତି ଶ୍ରୀ ଡ଼ି.ବିଶ୍ୱନାଥ ରେଡ୍ଡୀଙ୍କ ସଭାପତିତ୍ୱରେ ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ସହ ମାଲକାନଗିରି ବିଜୁ ଜନତା ଦଳରେ ୧୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସର ସକ୍ରିୟ ପ୍ରଭାବଶାଳୀ କର୍ମୀ ଦଳ ଛାଡି ମାଲକାନଗିରି ବିଜୁ ଜନତା ଦଳରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ଯୋଗଦାନ କରି ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଦେବା ସହ ୧୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସର ସକ୍ରିୟ ପ୍ରଭାବଶାଳୀ କର୍ମକର୍ତ୍ତା ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମିଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ମାଲକାନଗିରି ବିଜୁ ଜନତା ଦଳରେ ଯୋଗ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀଜନ କଲ୍ୟାଣ ଯୋଜନା, କାର୍ଯ୍ୟ, ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୂଆ ଓଡ଼ିଶା ଗଠନ ଦିଗରେ ଏକାଠି ହୋଇ କାମ କରିବାକୁ ଏହି ଅବସରରେ ସେମାନେ ସଂକଳ୍ପ ନେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ପରିଚାଳନା ଜ଼ିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ କରିଥିବା ବେଳେ ଅନ୍ୟତମ ମାନଙ୍କ ମଧ୍ୟରୁ ମାଲକାନଗିରି ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ପୋତିତ ପାବନ ବୈଦ୍ୟ, ସମ୍ପାଦକ ଦୁଲାଲ ମଣ୍ଡଳ, ଏସ.ଡ଼ି.ସି. ସଭ୍ୟ ତଥା ପୁର୍ବତନ ସରପଞ୍ଚ ଡି. ଳିଙ୍ଗା, ମୋଟୁ ଅଞ୍ଚଳ ବରିଷ୍ଠ ନେତା ଏମ.ଡ଼ି.ମାସୁମ ଖାନ, ସରପଞ୍ଚ ଦୁର୍ଗା ମାଢ଼ି, ସରପଞ୍ଚ ବାଜା ସନ୍ଧି, ସମିତି ସଭ୍ୟ ନକୁଳ ବାଲା, ପେଦା ମଲାବାରାମ ବ୍ୱୀକା ମୁଦ୍ଦା, ପୁର୍ବତନ ସରପଞ୍ଚ ଜଗା ଉଇକା, ସମିତି ସଭ୍ୟା ମାହାରାଜପାଲି ଶ୍ରୀମତି ସୁଭଦ୍ରା ତରଫଦାର, ନାୟକ ସରପଞ୍ଚ ସୁଜାତା ମଣ୍ଡଳ, ଜ଼ିଲ୍ଲା ମିଡ଼ିଆ ସଂଯୋଜକ ଲଷ୍ମୀକାନ୍ତ ପୂଜାରୀ, କେ.ରାହୁଲ, ବି.ବିଭୁତି ଭୂଷଣ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ସ୍ଥାନୀୟ ସମିତି ସଭ୍ୟ, ପଞ୍ଚାୟତ ସଭାପତି, ସମସ୍ତ ୱାର୍ଡ ମେମ୍ବର, ୱାର୍ଡ କମ୍ମିଟି ବୁଥ କମିଟି ଏବଂ ବିଜୁ ଜନତା ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.