xmas

ମାଲକାନଗିରି ବିମାନ ବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ନେଇ ଏୟାରପୋର୍ଟ ଟେକ୍ନିକାଲ ଟିମର ସମୀକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର । ମାଲକାନଗିରି ବିମାନ ବନ୍ଦରରୁ ଉଡିବ ଯାତ୍ରୀବାହୀ ବିମାନ । ଏନେଇ ସୁଚନା ଦେଲେ ଏୟାର୍ ଅନ୍ ଇଣ୍ଡିଆର ବିମାନ ଅଧିକାରୀ । ଆଜି ପୁଣି ଥରେ ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍‌ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏଭିସନ ଆଡଭାଜର ସୁରେଶ ଚନ୍ଦ୍ର ହୋତା, କ୍ୟାପଟେନ ସବାରିଷ ଏସ କୁମାର, ଏୟାର୍‌ପୋର୍ଟ ସୁରକ୍ଷା ମେନେଜର ଗୁରିବିଲ୍ଲି ଓ ଏୟାର୍ ଅନ୍ ଇଣ୍ଡିଆ ବିମାନର ମେନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲ୍ ତଦାରଖ କରିଥିଲେ । ଯାତ୍ରୀବାହୀ ବିମାନ ଉଡ଼ିବା ନେଇ କଣ କଣ ଟେକ୍ନିକାଲର ଆବଶ୍ୟକୀୟ ତା ଅଛି ସେ ନେଇ ସମୀକ୍ଷା କରିଥିଲେ। ବିମାନ ବନ୍ଦର ପରିସରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ତୁରନ୍ତ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ଏଠାରୁ ଯାତ୍ରୀ ବାହି ବିମାନ ଚଳାଚଳ କରିବା ନେଇ ସୁଚନା ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଓ ଏ ଡି ଏମ ତ୍ରିନାଥ ମାଝୀ ଉପସ୍ଥିତ ରହିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜାନୁଆରୀ ୯ ତାରିଖରେ ମାଲକାନଗିରି ଉଡାଜାହାଜ ବିମାନ ବନ୍ଦରର ଶୁଭ ଉଦଘାଟନ କରାଯାଇଥିଲା।

Leave A Reply

Your email address will not be published.