xmas

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଏସ୍‌ପି

ଭୁବନେଶ୍ୱର: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା  ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଡ.ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଅନ୍ୟପଟେ ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଏଥି ସହିତ ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ପୁଲିସ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସେହିପରି ବର୍ତ୍ତମାନ କେନ୍ଦ୍ରାପଡା ଏସପି ଥିବା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ବି.ଯୁଗଳ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡା ଏସ୍‌ପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

Leave A Reply

Your email address will not be published.