xmas

ସୀମାନ୍ତରେ ନକ୍ସଲଙ୍କ ଦ୍ଵାରା ବିଜେପି ନେତାଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଖବର ମୁତାବକ ତିରୁପତି କଟଲା ନାମକ ଜଣେ ବିଜେପି ନେତା ବିଜାପୁର ଜିଲ୍ଲାର ତୟାନାର ଅଞ୍ଚଳକୁ ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯୋଗ ଦେବାକୁ ଯାଇଥିଲେ ତେବେ ଏହାର ସୂଚନା ମାଓ ସଙ୍ଘଠନ ଜାଣିବା ପରେ ୨୦ରୁ ୨୫ ଜଣ ମାଓବାଦୀ ଆସି ପ୍ରଥମେ ତିରୁପତିଙ୍କୁ ଅଧା ରାସ୍ତାରୁ ଡାକି ନେଇ ଚାକୁ ଓ କୁରାଢି ସାହାଯ୍ୟରେ ହତ୍ୟା କରି ଚାଲି ଯାଇଥିଲେ । ପରେ ସମ୍ପର୍କୀୟ ମାନେ ଏହାର ଖବର ପାଇବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଗୁରୁତ୍ୱର ଥିବା ତିରୁପତିଙ୍କୁ ପୋଲିସ ସହାୟତାରେ ତୁରନ୍ତ ବିଜାପୁର ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ ସମ୍ପର୍କୀୟ ମାନେ ତେବେ ତିରୁପତିଙ୍କ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯାହାର ଖବର ପାଇବା ପରେ ବିଜାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରିଥିବା ବେଳେ ଛତିଶଗଡ଼ରେ ବିଜେପି ସରକାର ଆସିବା ପରଠାରୁ ଲାଲ୍ ବାହିନୀ ଉପରେ ଏବେ ଜୋରଦାର ଆକ୍ସନ ଆରମ୍ଭ ହୋଇଛି ତେଣୁ ଭୟବିତ ହୋଇ ମାଓବାଦୀ ମାନେ ଏପରି ହିଂସା କାଣ୍ଡ ଘଟାଇ ବିଜାପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜାପୁର ଏସପି କହିଛନ୍ତି ।

Leave A Reply

Your email address will not be published.