xmas

ଜୁଆ ଖେଳ ବେଳେ ପୋଲିସ ଚଢାଉ, ୩ ଜୁଆଡି ଗିରଫ

ମାଲକାନଗିରି, ୨।୩: ଜୁଆ ଖେଳ ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସର ଚଢାଉ, ୩ ଜୁଆଡି ଗିରଫ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାନିମେଟଲା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଖୁଡୁଖୁଡି ଜୁଆ ଖେଳ ଜାରି ରହିଥିବା ବେଳେ କାଲିମେଳା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ଶ୍ରୀ ତାଣ୍ଡିଙ୍କ ନେତୃତ୍ଵରେ ଏକ ପୋଲିସ ଟିମ ସେଠାରେ ଚଢାଉ କରିଥିବା ବେଳେ ପୋଲିସକୁ ଦେଖି ଜୁଆଡି ମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ପୋଲିସ ଜୁଆ ଖେଳ କରାଉଥିବା ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨୫୦ଟଙ୍କା ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଗିରଫ ବ୍ୟକ୍ତି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.