xmas

ଲୁଗେଲ୍ ଓ ତଣ୍ଡାବାଇରେ ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୨।୩: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଲୋକଙ୍କ ନିକଟରେ ପହଞ୍ଚିବା ସହ ସଂଗଠନକୁ ସୁଦୃଢ କରିବା ପାଇଁ ଜୋରସୋର ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ । ଏହି କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ମାଲକାନଗିରି ନିର୍ବାଚନ ମଣ୍ଡଳିର କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ୍ ଓ ତଣ୍ଡାବାଇ ଗ୍ରାମ ପଞ୍ଚାୟତ ଠାରେ ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୋନ୍ ସଂଯୋଜକ ତଥା ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରି ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଓ କାଲିମେଳା ବ୍ଲକ ସଭାପତି ସରତ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଯୋଗଦାନ କରି ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଦେବା ସହ ଉପସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆବାହନ ଦେଇଥିଲେ । ଏହା ସହ ନୂଆ ଓଡ଼ିଶା ଗଠନ ଦିଗରେ ଏକାଠି ହୋଇ କାମ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ । ଦଳକୁ ସୁଦୃଢ କରିବା ପାଇଁ ତରୁଣ ମୂଳ ସ୍ତରରୁ କାର୍ଯ୍ୟ କରିବା ସହ ଆଗାମୀ ନିର୍ବାଚନରେ ଦଳ ଯେପରି ଉତ୍ତମ ପ୍ରଦର୍ଶନ କରିବ ସେନେଇ ମଧ୍ୟ ଏହି ଅବସରରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଜ଼ିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, ସମ୍ପାଦକ ଦୁଲାଲ ମଣ୍ଡଳ, ମୋଟୁ ଜୋନ୍ ସଭାପତି ଶମ୍ଭୁ ବାକଚି, ବରିଷ୍ଠ ନେତା ଅଶୋକ ହଳଦାର, ଗଙ୍ଗା ମାଢ଼ି, ପରିମଳ ମଣ୍ଡଳ, ଜଗଦୀଶ ଢ଼ାଲି, ସମିତି ସଭ୍ୟ ନାଗା କାରାମ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ସ୍ଥାନୀୟ ସମିତି ସଭ୍ୟ, ପଞ୍ଚାୟତ ସଭାପତି, ସମସ୍ତ ୱାର୍ଡ ମେମ୍ବର, ୱାର୍ଡ କମିଟି, ବୁଥ କମିଟି ଏବଂ ବିଜୁ ଜନତା ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.