xmas

ସାଥୀ ଲମ୍ବୋଦର ନାୟକଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ୱର, ତା.୦୪.୦୩.୨୦୨୪ ରିଖ: ସିଆଇଟିୟୁର ପୂର୍ବତନ ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ତଥା ସିପିଆଇ(ଏମ୍)ର ପୂର୍ବତନ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ଲମ୍ବୋଦର ନାୟକଙ୍କ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ସିଆଇଟିୟୁ ରାଜ୍ୟ ସଭାପତି ସାଥୀ ଜନାର୍ଦନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ବାଣୀବିହାର ବିଶ୍ଵାବିଦ୍ୟାଳୟରେ ଇତିହାସର ଛାତ୍ର ଥିବା ସମୟରୁ ଛାତ୍ର ଆନ୍ଦୋଳନସହ ଜଡିତ ରହି ପରବର୍ତୀ ଅବସ୍ଥାରେ ମାର୍କ୍ସବାଦୀ ବିଚାର ଧାରାକୁ ଗ୍ରହଣ କରି ନେଇଥିଲେ । ଶିକ୍ଷକତା ଛାଡି ରାଜ୍ୟର ଖଣି ଶ୍ରମିକ ମାନଙ୍କର ନେତୃତ୍ବ ନେଇ ସୁନ୍ଦରଗଡ ଜିଲ୍ଲାର ଟେନସା, ବରସୁଆଁ, ଡାଇଟା ଓ କେଉଁଝର ଜିଲ୍ଲାର ବଡବିଲ ଅଂଚଳର ଖଣି ଶ୍ରମିକ ଆନ୍ଦୋଳନକୁ ବ୍ୟାପକ କରାଇଥିଲେ । କାଇଟାର ଖଣି ଅଂଚଳରେ ଗୋତି ଶ୍ରମିକ ଭଳି କାମ କରୁଥିବା ଶ୍ରମିକ ମାନଙ୍କୁ ମୁକ୍ତ କରିବାରେ ସେ ପ୍ରମୁଖ ଭୂ ମିକା ଗ୍ରହଣ କରିଥିଲେ । ଝାରସୁଗୁଡା, ଖୋର୍ଦା, ସୋନପୁର, ବାରିପଦା ଓ ଢେଙ୍କାନାଳ ଜିଲ୍ଲାରେ ବୟନ ଶିଳ୍ପ ଶ୍ରମିକ ମାନଙ୍କର ସଂଗଠନ ନେତୃତ୍ବ ନେଇ ବହୁ ଆନ୍ଦୋଳନ କରି ନାର୍ଯ୍ୟ ଦାବି ଗୁଡିକ ହାସଲ କରିଥିଲେ । ସିଆଇଟିୟୁକୁ ଓଡିଶାରେ ଗଢିତୋଳିବାରେ ତାଙ୍କର ପ୍ରମୂଖ ଭୂମିକା ରହିଥିଲା । ମାର୍କ୍ସବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେ ମାର୍କ୍ସଙ୍କ ରଚିତ “ଦାସ ବ୍ୟାପିଟାଲ” ଭଳି ଗ୍ରନ୍ଥର ଓଡିଆ ଅନୁବାଦ କରିବା ସହ, “ଦୃନ୍ଦମୂଳକ ଭୌତିକବାଦ”, “ବିଷ୍ଣୁ ଗଣ ଇତିହାସ” ସହ ସୁକୋମଳ ସେନଙ୍କର “ଶ୍ରମିକ ଆନ୍ଦୋଳନର ଇତିହାସ” ସମେତ ଆହୁରି ଅନେକ ପୁସ୍ତକକୁ ଅନୁବାଦ କରି ଓଡିଶାର ବାମପନ୍ଥୀ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି । ମୃତ୍ୟୁର ଶେଷ ପର୍ଯ୍ୟନ୍ତ ସେ ଏହିଭଳି କାଳଜୟୀ ସାଧନାରେ ମଗ୍ନ ଥିଲେ । ତାଙ୍କର ଅନୁବାଦିତ “ମାନବ ସମାଜର ଇତିହାସ” ଏବେ ମଧ୍ୟ ପ୍ରକାଶ ଅପେକ୍ଷାରେ ରହିଛି । ଜଣେ ନିର୍ଭାକ, ଦୃଢ଼ମନା, ସାହସୀ ଶ୍ରମିକନେତା ଭାବରେ ଶ୍ରମିକମାନଙ୍କ ମଧ୍ୟରେ ସେ ପରିଚିତ ଥିଲେ । ବର୍ତମାନ ଦେଶର ତଥା ରାଜ୍ୟର ଘଡିସନ୍ଧି ରାଜନୈତିକ ମୁହୂର୍ତରେ ଶ୍ରମିକଶ୍ରେଣୀ ଉପରେ ଆକ୍ରମଣ ତୀବ୍ର ହେଉଥିବା ବେଳେ, ଲମ୍ବୋଦର ନାୟକଙ୍କ ବିୟୋଗ ଶ୍ରମିକଶ୍ରେଣୀ ଆନ୍ଦୋଳନର ବ୍ୟାପକ କ୍ଷତି ଘଟାଇଛି ବୋଲି ଆଜି ଏହି ସଭାରେ ଉପସ୍ଥିତ ବିଭିନ୍ନ ଶ୍ରମିକ ସଂଗଠନ ତଥା ଗଣସଂଗଠନର ନେତୃବୃନ୍ଦ ପ୍ରକାଶ କରିଛନ୍ତି । ସାଥୀ ଲମ୍ବୋଦର ନାୟକଙ୍କ ବିୟୋଗରେ ସିଆଇଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଗଭୀର ଶ୍ରଦ୍ଧା ନିବେଦନ କରି କହିଛନ୍ତି ଯେ, ସେ କୋଇଡା ଖଣି ଶ୍ରମିକ ମାନଙ୍କ ଅତ୍ୟାଚାର ବିରୋଧରେ ଗୁରୁତ୍ୱପୂର୍ଣ ଭୂମିକା ପାଳନ କରିଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ (ଏମ) ରାଜ୍ଯ ସଂପାଦକ ମଣ୍ଡଳୀ ସଭ୍ଯ, ଆଇଏନଟିୟୁସିର କିଶୋର ଜେନା, ଏଚଏମଏସ୍‌ର ସଭାପତି ବି.ଏନ.ମହାପାତ୍ର, ଏଆଇଟିୟୁସିର ସାଧାରଣ ସମ୍ପାଦକ ବିଜୟ କୁମାର ଜେନା, ଏଆଇସିସିଟିୟୁର ସାଥୀ ମହେନ୍ଦ୍ର ପରିଡା, ଟିୟୂସିସିର ଜ୍ୟୋତି ମହାପାତ୍ର, ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସଂଗଠନ ସମେତ କୃଷକ ସଭାର ସୁରେଶ ପାଣିଗ୍ରାହୀ, ଗଣତାନ୍ତ୍ରିକ ମହିଳା ସମିତିର ତାପସୀ ପ୍ରହରାଜ ମିନତୀ ପାଣିଗ୍ରାହୀ, ଯୁବ ଫେଡେରେସନର ଜତୀନ ମହାନ୍ତି, ଛାତ୍ର ନେତା ସୁଭ୍ରାଂଶୁ ଉଦ୍ଗାଦା ସମେତ ରାଜ୍ୟର ବ୍ୟାଙ୍କ, ବୀମା, ରାଜ୍ୟ ସରକାର କର୍ମଚାରୀ ନେତା କାହ୍ନୁଚରଣ ଦାସ, କେନ୍ଦ୍ର କର୍ମଚାରୀ ସଂଗଠନର ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଆଳିକାର ଶ୍ରଦ୍ଧାଞ୍ଜଳୀ ସଭାକୁ ସିଆଇଟିୟୁର ଉପସଭାପତି ସତ୍ୟାନନ୍ଦ ବେହେରା, ପୁଷ୍ପା ଦାସ, ସମ୍ପାଦକ ଉଲ୍ଲାସ ସ୍ବାଇଁ, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଆୟୋଜନ କରିଥିଲେ ।

Leave A Reply

Your email address will not be published.