mobile header

ମାଲକାନଗିରି ନିର୍ବାଚନୀ ମଣ୍ଡଳୀ ବିଜେଡିର ବିଧାୟକ ପ୍ରାର୍ଥୀ ହେଲେ ମାନସ ମାଡକାମୀ

ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ହେଲେ ମାନସ ମାଡକାମୀ । ବର୍ତ୍ତମାନ ନିର୍ବାଚନ ଋତୁ ଆସିଥିବା ବେଳେ ପାଖେଇ ଆସିଛି ୨୦୨୪ ନିର୍ବାଚନ ସମୟ । ତେବେ ସମସ୍ତ ରାଜନୈତିକ ଦଳ ବିଭିନ୍ନ ନିର୍ବାଚନ କ୍ଷେତ୍ର ପାଇଁ ନିଜ ନିଜ ଦଳର ପ୍ରାର୍ଥୀ ତାଲିକା ଚୁଡାନ୍ତ କରୁଥିବା ବେଳେ ବିଜୁ ଜନତା ଦଳ ଆଗୁଆ ଭାବେ ଅନେକ ନିର୍ବାଚନ ମଣ୍ଡଳୀ ପାଇଁ ନିଜର ବିଧାୟକ ଓ ସାଂସଦ ପ୍ରାର୍ଥୀ ଘୋଷଣା କରିଛି । ଏହି କ୍ରମରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନସ ମାଡକାମୀଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏହାପରେ ତାଙ୍କର ସମର୍ଥକ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଛି । ଶ୍ରୀ ମାଡକାମୀ ଗତ ୨୦୧୪ ନିର୍ବାଚନରେ ଦଳରୁ ଟିକେଟ ପାଇ ମାଲକାନଗିରି ବିଧାୟକ ଭାବେ ଜୟ ଲାଭ କରିଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ପୁନର୍ବାର ଏହି ଟିକେଟ ପ୍ରଦାନ କରାଯାଇଥିବାରୁ ସେ ଦଳର ମୁଖ୍ୟ ନବୀନ ପଟ୍ଟନାୟକ, ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ଦଳୀୟ ନେତୃ ମଣ୍ଡଳୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.