mobile header

ଭାଗବତ ପାତ୍ରଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ବାରଙ୍ଗ: ବୁଧବାର ଭାଗବତ ପାତ୍ରଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଭାଗବତ ପାତ୍ରଙ୍କ ସ୍ମୃତି ଚାରଣ କମିଟିର ସଭାପତି ଅନ୍ତର୍ଯ୍ୟାମୀ କୁଅଁରଙ୍କ ସଭାପତିତ୍ୱରେ ବାରଙ୍ଗ ଶୀତରାମ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ କମିଟି ସଦସ୍ୟ ବସନ୍ତ କୁମାର ମହାପାତ୍ର, ସୁ ନିଲି ସିଙ୍ଗୀ, ରାମଚନ୍ଦ୍ର ଦାସ, ଗଣେଶ୍ୱର ବେହେରା, ଅଞ୍ଚଳ ସମିତି ସଭ୍ୟ ସରପଞ୍ଚ କିଶନ ଜେନା, ଦୀପକ ସ୍ୱାଇଁ, ସଞ୍ଜୟ ପାଣି, ଶିବ ମହାନ୍ତିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସର୍ବ ଶେଷରେ ସମାଜସେବୀ ରାମଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.