mobile header

ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

ମାଲକାନଗିରି: ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ତମ ବଳିଦାନ ଦିବସ ମାଲକାନଗିରି ବ୍ଲକ ପରିସରରେ ପାଳନ କରାଯାଇଛି । ବିଡିଓ ସୁଶ୍ରୀ ପ୍ରଭାତୀ ଝୋଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ। ପରିସରରେ ଥିବା ମହାନ୍ ସ୍ଵାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଚକ୍ର,ଦେଶ ସ୍ଵାଧୀନତା ପ୍ରତି ଅବଦାନ ରହିଥିବା ଆଲୋକପାତ କରାଯାଇଥିଲା । ଏହି ଅବସରରେ ପିଇଓ ଅଶୋକ କୁମାର ମହାନ୍ତି, ସେକ୍ସନ ଅଫିସର ଏମ ଡି ଘାଉଶ, କନିଷ୍ଠ ଯନ୍ତ୍ରୀ ବି ବି ରାଉତ, ଜିପିଡିଓ ନାରାୟଣ ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.