xmas

ଆମ ସମ୍ବଳ ପକ୍ଷରୁ ୮୯ତମ ଉତ୍କଳ ଦିବସ ପାଳନ

କଟକ,୧/୪: ସାମାଜିକ ସଂଗଠନ ଆମ ସମ୍ବଳ ପକ୍ଷରୁ ୮୯ତମ ଉତ୍କଳ ଦିବସ ଶୋଭନୀୟ ଶିକ୍ଷାଶ୍ରମ ବିଡାନାସୀ କଟକ ପରିସରରେ ପାଳନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ବିଶିଷ୍ଟ ସମାଜସେବୀ ତଥା ସ୍ତମ୍ଭକାର ଡକ୍ଟର ଅନୁନ୍ଧତୀ ଦେବୀ ଉଦଘାଟନ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଡକ୍ଟର ବନଲତା ଦେବୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଡକ୍ଟର ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ତଥା ସାହିତ୍ୟିକ ଶଶଧର ପଣ୍ଡା, ଡାକ୍ତର ସୁଶିଲ କୁମାର ମିଶ୍ର, ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାଶ, ନାଲକୋର ଅବସରପ୍ରାପ୍ତ ଡେପୁଟି ଜେନେରାଲ ମ୍ୟାନେଜର ଇଂ ଅଶୋକ କୁମାର ଧଳ, ଅବସରପ୍ରାପ୍ତ ବ୍ୟାଙ୍କ ଚିଫ୍ ମ୍ୟାନେଜର ସୋମନାଥ ରାଉତ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ଶୁଭାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବରପୁତ୍ରମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ବିକ୍ରମ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମାନସ ରଂଜନ ପରିଡ଼ା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ମହାଶିଷ ତରାଇ, ସୁବେଶ କୁମାର ପୃଷ୍ଟି, ଲକ୍ଷ୍ମୀଧର ଦାସ, ସୁଶାନ୍ତ କୁମାର ଜେନା, ଦୀପକ ମଲ୍ଲିକ, ସୁଭ୍ରାନ୍ତ ଦାସ, ବିନିତା ନନ୍ଦୀ, ସୁସ୍ମିତା ମହାନ୍ତି, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଗୀତାଞ୍ଜଳି ମିଶ୍ର, ଶୋଭନୀୟ ଶିକ୍ଷାଶ୍ରମର ଗୁରୁଜୀ ଗୁରୁମା ରାଧାନାଥ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ମୋହନ ଗମାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.