ଆପର ମିଶ୍ରଣ ପର୍ବରେ ଶରତ ବରୁଦାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମାଲକାନଗିରି: ଆଜି ମାଥିଲି ବ୍ଲକର ବାମନଗୁଡା ଠାରେ ଆମ ଅଦାମୀ ପାର୍ଟି ତରଫରୁ ଗତ ୧୩ ତାରିଖରେ ରାଜ୍ୟ ଆମ ଆଦମୀ ପାର୍ଟି ମିଶ୍ରଣ ପର୍ବରେ ମିଶିଥିବା ଶ୍ରୀ ଶରତ ଚନ୍ଦ୍ର ବୁରୁଦା ଓ ଅନେକ କଂଗ୍ରେସ ଓ ବିଜେପି, ବିଜେଡି ସମର୍ଥକ ସାମିଲ ହୋଇଥିବାରୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ କଂଗ୍ରେସ କିଷାନ ସେଲ ସଭାପତି ଶ୍ରୀ ମହେଶ୍ୱର ପଟ୍ଟନାୟକ, ଜୋନ ୨ ସଭାପତି ଶ୍ରୀ ଖଗେଶ୍ୱର ନାୟକ, ଜିଲ୍ଲା ସଂଯୋଜକ, ଓଡିଶା ଜନମାର୍ଚ୍ଚା ସଭାପତି ଶ୍ରୀ ଲକ୍ଷ୍ମୀ କାନ୍ତ ପଣ୍ଡା, ଏସ ଟି ସେଲ ସଭାପତି ଦିଲୀପ କୁମାର ନାୟକ, ଉମା ଶଙ୍କର ମହାନ୍ତି, ରାମ ଚନ୍ଦ୍ର ଦୋରା, ଵାଲା ରାଜୁ, ଏସ ସି ସେଲ ସଭାପତି ଶ୍ରୀ ବୈଦ୍ୟ ପାଙ୍ଗି, ଗୋପୀନାଥ ଭୂମିଆ, ମେକା ନାୟକ, ବଳରାମ ଭୂମିଆ, ଡମ୍ବରୁଧର ପାଙ୍ଗି, ଶୁଖ୍ରା ଗୁରୁ ତେଲି, ଲକ୍ଷ୍ମଣ ପୁଟିଆ, ଗୁରୁ ମଦେମ, ନୀଳକଣ୍ଠ ଅନାଗୁଳିଆ ଆମ ଆଦମୀ ପାର୍ଟି ରେ ସାମିଲ ହୋଇଛନ୍ତି l ଜିଲ୍ଲା ସଭା ପାତି କେ. ଦେଶୀ ରଜୁ ଅଚାରୀ ଓ ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ୱାସ ସମସ୍ତଙ୍କୁ ଟୋପି ଓ ଉତ୍ତୋରୀ ଦେଇ ପାର୍ଟି ରେ ସାମିଲ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଶ୍ରୀ ଶରତ ଚନ୍ଦ୍ର ବୁରୁଦା ଦିଲ୍ଲୀ ଓ ପଞ୍ଜାବର କେଜ୍ରିୱାଲଙ୍କ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ସାମାଜିକ ସୁରକ୍ଷା ମଡେଲକୁ ସମସ୍ତଙ୍କୁ ଅବଗତ କରାଇ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଏହି ମଡେଲକୁ ନେଇ ପ୍ରସାର ପ୍ରଚାର କରିବେ ବୋଲି କହିଥିଲେ | ତାଙ୍କର ଆହ୍ବାନରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜ ଅଞ୍ଚଳକୁ ଯାଇ ଆମ ଆଦମୀ ପାର୍ଟିର ବିଚାରକୁ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, କେଜ୍ରିୱାଲଙ୍କ ବେନିୟମ ଜେଇଲର ଜବାବ ଭୋଟ ସହ ଦେବେ ବୋଲି କହିଛନ୍ତି l

ଶେଷରେ ବିକ୍ରମ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ |

Leave A Reply

Your email address will not be published.