ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳନ


ମାଲକାନଗିରି, ୧୭/୦୪/୨୪: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ତଥା ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ବହୁ ଆଡମ୍ବର ସହିତ ପାଳନ କରାଯାଇଛି । ମାଲକାନଗିରି ସହର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସକାଳ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ମାନସ ମାଡକାମି ଯୋଗ ଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଏବଂ ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ପହଞ୍ଚି ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳନ କରିବା ସହିତ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ବାବୁଙ୍କଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ନିଜ ବକ୍ତବ୍ୟ ମାଧ୍ୟମରେ ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ କରିବାକୁ ବିଜୁବାବୁଙ୍କ ନିରନ୍ତର ପ୍ରଚେଷ୍ଟା, ତାଙ୍କ ଅବର୍ତ୍ତମାନରେ ମଧ୍ୟ ପ୍ରେରଣାର ସ୍ରୋତ ହୋଇ ରହିଛି। ଜନସେବା ପ୍ରତି ସମର୍ପିତ ରହି ରାଜ୍ୟର କଲ୍ୟାଣ ପାଇଁ ଅବିରତ ଉଦ୍ୟମ କରିବାକୁ ବିଜୁ ବାବୁ ଦେଖାଇଥିବା ମାର୍ଗ ସର୍ବଦା ଆଲୋକବର୍ତ୍ତିକା ହୋଇ ରହିବ ବୋଲି ଉପସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ବାର୍ତ୍ତା ଦେଲେ । ଏହି ଅବସରରେ ବିଜୁ ଜନତା ଦଳର ଅନ୍ୟତମ ନେତୃମଣ୍ଡଳୀଙ୍କ ମଧ୍ୟରୁ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ପ୍ରମୁଖ ଆଧୁନିକ ଓଡ଼ିଶା ନିର୍ମାଣ, ମହିଳା ସଶକ୍ତିକରଣ ଏବଂ ଗ୍ରାମ୍ୟବିକାଶ ଆଦି ଦିଗରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ତାଙ୍କ ଉଦ୍ୟମ ସହ ବିଜୁ ବାବୁଙ୍କ ଅଗାଢ଼ ଦେଶ ପ୍ରେମ, ତ୍ୟାଗ ଓ ପରାକ୍ରମ ସର୍ବଦା ଓଡ଼ିଆ ଜାତିର ସ୍ୱାଭିମାନ ହୋଇ ରହିବ ବୋଲି ଉପସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ଭାଷଣରେ ଆଲୋକପାତ କଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପଲ ସିଂ, ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ପୌର ଉପାଧ୍ୟକ୍ଷା କବିତା ମୋହନ୍ତ, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ବିଜେଡି ନେତା ହୃଦାନନ୍ଦ ସାହୁ, ରବିନାରାୟଣ ପାତ୍ର, ଡନେଲ କୁମାର ପୋଟଲା, ଡମ୍ବରୁ ବାଘ, ସର୍ବ ବିଶୋଇ, ସତ୍ୟ ସ୍ୱାଇଁ, ରଥ ବାବୁ, ଅକ୍ଷୟ କୁମାର ନାୟକ, ଘନଶ୍ୟାମ ମାଡକାମୀ, ଲମ୍ବଧର ତୁରୁକ, ଅଟାଲ ରାଜୁ, କଣ୍ଟେଶ ପୋଟଲା, ବଳରାମ ଭଞ୍ଜ, ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.