ଦ୍ଵିତ୍ରିଂଶତମ ବାର୍ଷିକ ମା’ ମଲ୍ୟାଶୁଣୀ ଯଜ୍ଞ ଉଦଯାପିତ

ବଡ଼ଚଣା: ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ମା ଆରାଧ୍ୟ ଦେବୀ ତଥା ଗ୍ରାମ ଦେବତୀ ମା’ ମଲ୍ୟାଶୁଣୀଙ୍କ ତିନିଦିନ ବ୍ୟାପୀ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଉଦଯାପିତ ହୋଯାଇଛି l ମାଙ୍କ ଏହି ଯଜ୍ଞ ଗତ ୧୫, ୧୬ ଏବଂ ୧୭ ତିନିଦିନ ବ୍ୟାପୀ ହୋଇଥିଲା l ପ୍ରଥମେ ୧୪ ତାରିଖ ଦିନ କଳସ ବୁଡା ଯାଇ ମାଙ୍କ ପୀଠରେ ସ୍ଥାପନ କରାଯାଇଥିଲା l ପରଦିନ ଅର୍ଥାତ ୧୫ ତାରିଖ ଦିନ ରୀତିନୀତି ଅନୁସାରେ ସକାଳୁ ସୂର୍ଯ୍ୟଙ୍କ ପୂଜା ସରିବା ପରେ ସେଠୁ ଅଗ୍ନି ଆଣି ଯଜ୍ଞ କୁଣ୍ଡରେ ପକା ଯାଇଥିଲା l ପରେ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା l ମାଙ୍କ ଯଜ୍ଞ ତିନିଦିନ ଅର୍ଥାତ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ (ରାମ ନବମୀ) ଏହି ଦିନ ଭାବେ ପାଳନ କରାଯାଇଥାଏ l ଏହି ତିନିଦିନ ରୀତିନୀତି ଅନୁସାରେ ପ୍ରତ୍ୟେକ ଦିନ ପ୍ରଥମେ ସୂର୍ଯ୍ୟ ପୁଜା, ଗୋ ପୂଜା ସହ ଅନ୍ୟାନ୍ୟ ପୁଜା ସରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେଇଥିଲା l ଏହି ଯଜ୍ଞ କାର୍ଯ୍ୟକୁ ମନ୍ଦିରର ମୁଖ୍ୟ ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସହିତ ବିଭିନ୍ନ ପଣ୍ଡିତଙ୍କ ଦ୍ବାରା କରାଯାଇଥିଲା l ଗ୍ରାମର ଡ. ସୁଧୀର ଚନ୍ଦ୍ର ସାମଲ ଏଵଂ ତାଙ୍କ ପତ୍ନୀ ପ୍ରତିମା ସାମଲ କର୍ତ୍ତା ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ l ପ୍ରତ୍ୟେକ ଦିନ ମାଙ୍କ ପାଖରେ ପ୍ରସାଦ ଲାଗି ରହିଥିବା ବେଳେ ଶେଷ ଦିନ ଅର୍ଥାତ ପୂର୍ଣ୍ଣାହୁତି ଦିନ ହଜାର ହଜାର ଭକ୍ତଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଙ୍କ ପାଖରେ ଭଜନ କୀର୍ତ୍ତନ ମଧ୍ୟ କରାଯାଇଥିଲା l ଏହି ମାଙ୍କ ଯଜ୍ଞରେ ମା’ ମଲ୍ୟାଶୁଣୀ ନାଟ୍ୟ ସଂସଦ ତରଫରୁ ୧୬ ଏଵଂ ୧୭ ତାରିଖ ଦିନ ଦୁଇଟି ନାଟକ କଳିଯୁଗ ତତେ ଦୁରୁ ଜୁହାରସୁଖ ଚାରଣାକୁ ଦୁଃଖ ବାରଣା ନାଟକ ପରିବେଷଣ କରାଯାଇଥିଲା l ଏହି ଯଜ୍ଞକୁ ଗ୍ରାମବାସୀଙ୍କ ପକ୍ଷରୁ ବହୁତ ସୁନ୍ଦର ଭାବେ ସୁରୁଖୁରୁରେ ପରିଚାଳନା କରିବା ସହିତ ଅନୁଷ୍ଠାନର ମୁଖ୍ୟ କୁସାସନ ସେଠୀଙ୍କ ଅଧ୍ୟକ୍ଷତାରେ ସବୁ କାର୍ଯ୍ୟ ଭଲ ଭାବରେ ସମାପ୍ତ ହୋଇଥିଲା l

ନାଟକ ପରିବେଷଣ
Leave A Reply

Your email address will not be published.