ବିଜେଡ଼ିରେ ଯୋଗଦେଲେ ବଲାଙ୍ଗିର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ

ଭୁବନେଶ୍ୱର, ୨୦/୦୪/୨୦୨୪: ବଲାଙ୍ଗିର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତଥା ଜୈନ ତେରାପନ୍ଥ ସମାଜର ରାଜ୍ୟ ସଭାପତି ମୁକେଶ ଜୈନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀମତୀ ସାହୁ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀମତୀ ସାହୁ ଓ ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୁକେଶ ଜୈନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ସମ୍ପାଦକ ଅଶୋକ ମିଶ୍ର, ୮ ନମ୍ବର ଜୋନ ବିଜେପି ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ତପନ ଠାକୁର, ବିଜୟ କୁମାର ମାରୁ, ପ୍ରଶାନ୍ତ ମହାନ୍ତି, ନରସିଂହ ସିଂହ, ବିପିନ ଠାକୁର, ଜିତୁ ବିଶି, ଧୁବେଲ ପୋଢ଼, ଚଦୁର୍ଗ ନାଗ, ଗତିକୃଷ୍ଣ ବାଗର, ତରୁଣ ମାଝୀ, ଯୁଗଳ ସାହୁ, ଝସକେତନ ବାଗ, ତରୁଣ ମହଲ, ଗୁଣନିଧି ପୁଟେଲ, ଭଗବାନ ବାରିକ, ଅମିତ ରଣା, ଆକାଶ ଅଗ୍ରୱାଲ, ଚୁଳ ଚନ୍ଦ୍ର ଧପ, ଶୁକୁରୁ ସାହୁ, ରାଜା ନାଗ, ରାଜା ଖାନ, ମନୋଜ ନାଏକ, ତ୍ରିନାଥ ସାହୁ, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ପବାବ ଅଗ୍ରୱାଲ, ସୁନାଧର ବେହେରା, ନାରାୟଣ ବାଗ, ମକରୁ ମାଝୀ, ହେମନ୍ତ କୁଣପାନ, ପାର୍ଥ ମହାନନ୍ଦ, ସୁବୋଧ ବେହେରା, ଅଜିତ ବେହେରା, ମନମୋହନ ନାଏକ, କୌଶଖ ନାଏକ, ଲକ୍ଷ୍ମଣ ବେହେରା, ମନଖୁସି ବେଜ, କୃପତି ଜାନି, ସନ୍ତୋଷ ବେହେରା, ବବଲୁ ବୁଡେକ, ରାଜେଶ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.