ବିଜେଡ଼ିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର, ୨୦/୦୪/୨୦୨୪: ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ ଓ ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂର୍ଗେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି କାଶୀନଗର ବ୍ଲକ ଅଧ୍ୟକ୍ଷ ଚନ୍ଦ୍ର ସାହୁକାର, ପୂର୍ବତନ କଂଗ୍ରେସ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ବେରିନିକୋ ଗମାଙ୍ଗୋ, ପାରଳାଖେମୁଣ୍ଡି ବାର ଆସୋସିଏସନର ସଭାପତି ସ୍ୱରୁପ କୁମାର ପାଲୋ, ପ୍ରମୋଦ ପାଣିଗ୍ରାହୀ, ଖଗେଶ୍ୱର ବେହେରା, ସୁଲାମୀ ଶବର, ଲକ୍ଷବଚ୍ଚ କର୍ଜୀ, ଅନୀତା ରଇତା, କୃଷ୍ଣ କୁମାର ବେହେରା, ୱାଇ.ଧନଞ୍ଜୟ ରାଓ, ଟି.ଦୁର୍ଗା ପ୍ରସାଦ, କେ.ଭବାନୀ ପ୍ରସାଦ, ବି.ରାଜୁ, କେ.ଲକ୍ଷ୍ମୀନାରାୟଣ, ଗୋପୀନାଥ ଦାସ, ସନ୍ତୋଶ ପାତ୍ର, ଶିବପ୍ରସାଦ ପାଟ୍ଟୋଜୋଶୀ, ବେଲାରସେନ ଦାସ, ପୁରୁଷୋତ୍ତମ ମହାକୁଡୁ, ପ୍ରମୋଦ ପ୍ରଧାନ, ବିଭୂତି ନାୟକ, ପ୍ରମିଳା ନାୟକ, ଲକ୍ଷ୍ମୀ ସେଠୀ, ଜୁଲି ଦାସ, ସୁବାଶ ନାୟକ, ମନଥ ଶବର, ବୋୟାଶୀ ମଣ୍ଡଳ, ପ୍ରଭାତୀ ଦାସ, ବିଜିଲୀ ପ୍ରଧାନ, ଇମ୍ପାଲେ ଗୋମାଙ୍ଗୋଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.