ଭାରତୀୟ ନୋଟରେ କାହିଁକି ରହିଥାଏ ଏହିପରି କଳା ଲାଇନ୍? ଜାଣନ୍ତୁ, ଏହା ପଛର କାରଣ କଣ…

ଆପଣ ଭାରତୀୟ ନୋଟ୍ ଉପରେ ଥିବା କିଛି କଳା ଲାଇନ୍ ଉପରେ କେବେ ଧ୍ୟାନ ଦେଇଛନ୍ତି କି? ଏହା କାହିଁକି ଥାଏ ଏବଂ ଏହାର କାମ କଣ କେବେ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି? ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ମହତ ଉଦ୍ଦେଶ୍ୟ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ନୋଟ୍ ଯେପରିକି, ୧୦୦,୨୦୦,୫୦୦ ଆଉ ୨୦୦୦ ଟଙ୍କିଆ ନୋଟ୍ ଉପରେ ଏପରି କିଛି କଳା ଲାଇନ୍ ରଖିଥାଏ ।

ଭାରତୀୟ ନୋଟ୍ ଉପରେ ଏପରି ଛୋଟ ଛୋଟ କଳା ଲାଇନ୍ ରହିବାର ଉଦ୍ଦେଶ୍ୟ ହେଉଛି, ଦୃଷ୍ଟିବାଧିତ ବ୍ୟକ୍ତିମାନେ ଏହି କଳା ଲାଇନକୁ ଛୁଇଁ ନୋଟକୁ ଚିହ୍ନିପାରିବେ । ନୋଟକୁ ଜାଣିବାରେ, ଆଉ ବ୍ୟବହାର କରିବାରେ ଦୃଷ୍ଟିବାଧିତ ବ୍ୟକ୍ତିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ଏହାକୁ ଆଖି ଆଗରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ନୋଟ୍ ଉପରେ ଏହି କଳା ଲାଇନ୍ ରଖିଥାଏ ।

ତେବେ ପ୍ରତି ନୋଟରେ ଏହି କଳା ଲାଇନର ସଂଖ୍ୟା ଭିନ୍ନ ଭିନ୍ନ ଥାଏ । ୧୦୦ ଟଙ୍କିଆ ନୋଟରେ ଏହି କଳା ଲାଇନ୍ ଉଭୟ ପଟରେ ଦୁଇଟି ଲେଖାଏଁ ରହିଥାଏ । ସେହିପରି ୨୦୦ ଟଙ୍କିଆ ନୋଟରେ ମଧ୍ୟ ଏହି କଳା ଲାଇନ୍ ସଂଖ୍ୟା ଦୁଇଟି ଲେଖାଏଁ ରହିଥାଏ ଓ ଏହି କଳା ଲାଇନ୍ ମଝିରେ ଦୁଇଟି ଜିରୋ ମଧ୍ୟ ରହିଥାଏ । ସେହିପରି ୫ ଶହ ଟଙ୍କିଆ ନୋଟରେ ଏହି କଳା ଲାଇନ୍ ସଂଖ୍ୟା ୫ଟି ଓ ୨ ହଜାର ଟଙ୍କିଆ ନୋଟରେ ଏହି କଳା ଲାଇନ୍ ସଂଖ୍ୟା ୭ଟି ଲେଖାଏଁ ରହିଥାଏ । ଯାହାକୁ ଛୁଇଁ ଦୃଷ୍ଟିବାଧିତ ବ୍ୟକ୍ତିମାନେ ସହଜରେ ନୋଟକୁ ଚିହ୍ନିପାରିଥାନ୍ତି ।

Leave A Reply

Your email address will not be published.