ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସର୍ବପୁରାତନ ଶ୍ରୀ ରାମମନ୍ଦିର ରେ ରାମନବମୀ ପାଳିତ

ପଦ୍ମପୁର ― ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସର୍ବପୁରାତନ ଶ୍ରୀରାମ ମନ୍ଦିର ଠାରେ ରାମନବମୀ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରେ ଶ୍ରୀ ରାମଚନ୍ଦ୍ର ଜନ୍ମ ଉତ୍ସବ ପାଇଁ ପୂଜାର୍ଚ୍ଚନା , ହୋମକୁଣ୍ଡ ରେ ୧୦୮ ଜପସହ ପୁତ୍ରଷ୍ଟିଯଜ୍ଞ ଅନୁଷ୍ଠିତ ହୋଇଥିଲା । ସକାଳୁ ରାମଚନ୍ଦ୍ର ଙ୍କ ଜନ୍ମ ଉପରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ପୂଜାର୍ଚ୍ଚନା ରେ ଯୋଗଦାନ ଦେଇଥିବା ସମସ୍ତ ଭକ୍ତ ଙ୍କୁ ଅର୍ଣ ପ୍ରସାଦ ବଣ୍ଟନ କରାଯାଇଥିଲା । ଏଥର ହୋମ ଯଜ୍ଞ ରେ ବିଜୟ କୁମାର ସାହୁ ଓ ଇତିଶ୍ରୀ ସାହୁ କର୍ତ୍ତା ଭାବରେ ଓ ପାଟଣା ର ସାଧକ ବାବା ନବୀନ ଯୋଶୀ ଓ ସାଧକ ନରେଶ ସ୍ବାଇଁ ପୂଜକ ଭାବରେ ପୂଜାର୍ଚ୍ଚନା କରିଥିଲେ ।ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ସ୍ଥାନୀୟ ରାମଜୀ ପଡାର ସୀତାରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ପରିଚାଳନା ଓ ପଡା ବାସୀ ଙ୍କ ସହଯୋଗ ରେ ଶ୍ରୀ ରାମନବମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

Leave A Reply

Your email address will not be published.