mobile header

ଗ୍ରୀଷ୍ମ ପ୍ରବାହ ନେଇ କର୍ମଶାଳା

ମାଲକାନଗିରି,୧୨/୪: ମାଲକାନଗିରିସ୍ଥିତ ପଂଚାୟତ ସମିତି ସଭା ଗୃହରେ ଗ୍ରୀଷ୍ମପ୍ରବାହ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ବିଭିନ୍ନ ସମସ୍ୟା ଓ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏଜି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧକ୍ଷା ଗୌରୀ ପୋଡ଼ିଆମୀ ସଭାପତିତ୍ୱ କରିଥିବା ବେଳେ ଉପାଧ୍ୟକ୍ଷ ନିରଞ୍ଜନ ହ।ଲଦ।ର ଉପସ୍ଥିତରହିଥିଲେ।ଗୋଷ୍ଠୀ ଉନୟନ ଅଧିକାରୀ ଅଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି କାର୍ମଶାଳାରେ ନବ ନିର୍ବାଚିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।ନବ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ପରିଚୟ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଗ୍ରୀଷ୍ମ ପ୍ରବାହ ଜନିତ ବିଭିନ୍ନ ଶାରୀରିକ ପରିବର୍ତ୍ତନ ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।ଗ୍ରୀଷ୍ମ ଋତୁରେ ବିଭିନ୍ନ ପଂଚାୟତରେ କିପରି ପାଣିର ସମସ୍ୟା ଦୂର କରାଯାଇପାରିବ ସେନେଇ ଆଲୋଚନା ମଧ୍ୟ କରାଯାଇଥିଲା।ସେହିପରି ବିଭିନ୍ନ ପଂଚାୟତର ଛକ ମାନଙ୍କରେ ଜଳଛତ୍ର ଖୋଲାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।ଶେଷରେ ବିଡ଼ିଓ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.