ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ, ବାଲି ଓ ପଥର ମାଫିଆ ସାବାଡ

ଫୁଲବାଣୀ-୦୯/୦୯ ଏକଦା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କଲାଡି ରାସ୍ତାକଡରେ ଥିବା ପାହାଡ଼କୁ ପଥର ମାଫିଆମାନେ ବେଆଇନ ଭାବେ ଫୁଟାଇ ସେଠାରୁ ମୋରମ, ପଥର ଆଦି ଖୋଳି ନେଉଥିଲେ। ଫଳରେ ପରିବେଶ ନଷ୍ଟ ହେବା ସହରାସ୍ତା କଡ଼ ପାହାଡ଼ରେ ବଡବଡ ଗାତ ସୃଷ୍ଟି ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ଖଜୁରୀପଡା ତହସିଲଦାର ସ୍ଵପ୍ନିତ। ନାଏକ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନିଜ ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ଓ ସଚୋଟତାର ପରିଚୟ ଦେଇଛନ୍ତି । ଫଳରେ ଦୀର୍ଘଦିନ ଧରି ରାଜ ଚଳାଇ ଆସୁଥିବା ପଥର ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ପୂର୍ବରୁ ପ୍ରତିଦିନ ଟ୍ରକ ଓ ଟ୍ରାକ୍ଟର ଯୋଗେ ଲୋଡ ପଥର ଚାଲାଣ ହେଉଥିଲ। ତାହା ବର୍ତମାନ ବନ୍ଦ ଅଛି। ତହସିଲଦାର ସ୍ଵପ୍ନିତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଆଜି ସମଗ୍ର ଅଞ୍ଚଳ ଧ୍ୱଂସ ହେବା ସହ ପରିବେଷ ଉପରେ ଏହାକୁ ପ୍ରଭାବ ପଡିଥାନ୍ତା ବୋଲି ଅଞ୍ଚଳର ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି । ସେହିପରି ଏହି ମହିଳା ତହସିଲଦାରଙ୍କ ନିଷ୍ଠା, ଆନ୍ତରିକ ଉଦ୍ୟମ,କାର୍ଯ୍ୟଦକ୍ଷତା ଯୋଗୁଁ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲକାରୀଙ୍କ କବଳରୁ ଏକର ଜମି ଉଦ୍ଧାର କରି ସରକାରି ଖାତାକୁ ଫେରାଇ ଆଣିବାରେ ତହସିଲଦାର ଶ୍ରୀମତୀ ନାୟକ ସକ୍ଷମ ହୋଇଥିବା ଜଣା ପଡିଛି। ଏ ନେଇ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିବା କୁହାଯାଇଛି l ସେହିପରି ରାଜସ୍ୱ ଆଦାୟ କ୍ଷେତ୍ରରେ ଲକ୍ଷ୍ୟ ପୂରଣ କରିବାରେ ସେ ସଫଳ ହୋଇଛନ୍ତି l ବିଭାଗୀୟ ଅଧସ୍ତନ କର୍ମଚାରୀ, ରେଭିନ୍ୟୁ ଇନିସ୍ପେକଟର, ଓ ଅତିରିକ୍ତ ରେଭିନ୍ୟୁ ଇନ୍ସପେକ୍ଟର ମାନଙ୍କ ସହ ଉତ୍ତମ ବୁଝାବଣା, ପରିଶ୍ରମ, ସହଯୋଗ ଓ ଉତ୍ତମ ସମନ୍ୱୟ ରହିଥିବା ଯୋଗୁଁ ଏସବୁ ସମ୍ଭବ ହୋଇପାରି ଥିବା ତହସିଲଦାର ନାୟକ କହିଛନ୍ତି l ଖଜୁରୀପଡା ତହସିଲ କାର୍ଯ୍ୟାଳୟ ସର୍ବଦା ଅଞ୍ଚଳବାସୀଙ୍କୁ ଉତ୍ତମ ରାଜସ୍ୱ ସେବା ଯୋଗାଇଦେବା ପାଇଁ ସର୍ବଦା ଉଦ୍ୟମ କରୁଥିବା ଜଣାପଡିଛି l

Leave A Reply

Your email address will not be published.