କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ଦିନକରେ କୋଡ଼ିଏରୁ ଉର୍ଦ୍ଧ୍ବ ଗାଁରେ ବୈଠକ

ବୟସ ହାର ମାନୁଛି ତାଙ୍କ ପାଖରେ

ବରଗଡ / ପାଇକମାଳ/ପଦ୍ମପୁର : କଂଗ୍ରେସ ଦଳର ପ୍ରାର୍ଥୀ ପୂର୍ବ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ଆଗରେ ବୟସ ହାର ମାନୁଛି। ସକାଳୁ ଉଠି ନିତ୍ୟକର୍ମ ସାରି କର୍ମୀ ଓ ନେତ୍ରୁ ମଣ୍ଡଳୀଙ୍କ ସହ ଦିନ ତମାମ କାର୍ଯ୍ୟର ପ୍ରାଥମିକ ଆଲୋଚନା ସାରି ସିଧା ବାହାରି ଯାଉଛନ୍ତି ପ୍ରଚାର କାମରେ। ବିଳମ୍ବିତ ରାତ୍ରିରେ ଫେରୁଛନ୍ତି ଏବଂ ପୁଣି ପିସିସି ଓ ଡିସିସିର କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ଆଲୋଚନା କରିବା ପରେ ଯାଇ ଯେଉଁ ଅଳ୍ପ ସମୟ ବିଶ୍ରାମ ନେଉଛନ୍ତି। ବିଜେଡି ବିଜେପିର କଳା ଟଙ୍କା ଆଗରେ ତାଙ୍କର ସାଚ୍ଚୋଟତା, ସରଳ, ଆମୟିକ ବ୍ୟବହାର ଓ ଅଞ୍ଚଳରେ କରିଥିବା ବିକାଶ କାର୍ଯ୍ୟ ହିଁ ତାଙ୍କ ପ୍ରଚାରର ମାଧ୍ୟମ ରହିଛି। ସେ କାହାରି ବିରୁଦ୍ଧରେ କୌଣସି ପ୍ରଚାର ନ କରି ତାଙ୍କ ଅମଳରେ ହୋଇଥିବା କାର୍ଯ୍ଯ ଓ ତାଙ୍କ ପରେ ବିଧାୟକ ମାନେ କଣ କରିଛନ୍ତି ତାର ହିସାବ ନିଜେ ଜନ ସାଧାରଣ କରିବାକୁ ଅନୁରୋଧ କରି ନିଜ ସମୟରେ କରିଥିବା ଉନ୍ନତି ମୂଳକ କାର୍ଯ୍ୟ ପାଇଁ ତାଙ୍କୁ ହିଁ ଜନ ସାଧାରଣ ନିର୍ବାଚିତ କରନ୍ତୁ ବୋଲି ଭୋଟ ଭିକ୍ଷା କରୁଛନ୍ତି। ସେ ଦିନକୁ ୧୫ରୁ ୨୦ ଗ୍ରାମ ବୁଲି ଘରକୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି ଆଉ ସେଥିରେ ସଫଳତା ମଧ୍ୟ ପାଉଛନ୍ତି। ଆଜି ସେ ପାଇକମାଳ ବ୍ଲକ୍ ର ମାଉଳଦା, ବନମାଲ, ଲୁଆପାଲି, ପଲ୍ ସଦା, ଗୁଆବାହାଲି, ଗଣ୍ଡପାଲି, କେର୍ମେଳିବାହଲ, ବିଯାଡ଼ିହି, ପଦ୍ମପୁର, ଖଇରା, ବୁକ୍ରାମୁଣ୍ଡା, କୁମ୍ରି ଚୁଆଁ, ଲା, ବାଦିକଣ୍ଟା ଆଦି ଗ୍ରାମ ଗସ୍ତ କରି ଜନ ସାଧାରଣଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.