ଵିଲାମାଳ ପଞ୍ଚାୟତରେ ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ

ଫୁଲବାଣୀ, ୨୭/୧୧: କନ୍ଧମାଳ ଜିଲ୍ଲା ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି l କେତକ ସ୍ଥାନରେ କାମ ନ ହୋଇ ବିଲ ପୈଠ ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ଆଉ କିଛି ସ୍ଥାନରେ କମ କାମ ହେଉଥିବା ବେଳେ ଅଧିକ ବିଲ ପୈଠ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି l ବିଶେଷ କରି ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତରେ ଏଭଳି ବହୁଳ ଅଭିଯୋଗ ଆସିଥିବା କୁହାଯାଉଛି l ଏହି ପଞ୍ଚାୟତରେ ଜିଆରଏସ, ପିଇଓ, ଯନ୍ତ୍ରୀ ମିଶି କୁଆଡେ ବ୍ୟାପକ ଅନିୟମିତତା ଓ ଦୁର୍ନିତୀ କରୁଥିବା ନେଇ ଆଲୋଚନା ହେଉଛି l ମନରେଗା ଯୋଜନାରେ କାମ କେଉଁଠି ହେଉଛି ସେ ନେଇ ଯନ୍ତ୍ରୀ କୁଆଡେ ଜାଣିନଥିବା ବେଳେ ଅର୍ଥ ପୈଠ ସରିଛି l କାମ କମ ହୋଇ ବିଲ ପୈଠ ଅଧିକ ହେଉଥିବା ଖବର ମିଳିଛି l ବର୍ତମାନର ବିଡ଼ିଓ ଜଣେ ଦକ୍ଷ, ସଚୋଟ ହୋଇଥିବାରୁ ସେ ଏସବୁ ଅନିୟମିତତାକୁ ପ୍ରଶୟ ଦେଉନଥିବା ଯୋଗୁଁ ତାଙ୍କ ଉପରେ କୁଆଡେ ନେତାଙ୍କ ଚାପ ଯୋର ପଡୁଥିବା ଶୁଣିବାକୁ ମିଳୁଛି l କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ ଅନେକ ପଞ୍ଚାୟତରେ ଦୁର୍ନିତୀ ଅଭିଯୋଗ ଆସିଛି l ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଦୁର୍ନିତୀ ଅନିୟମିତତାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଭିଜିଲାନ୍ସ ବିଭାଗ ତଦନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l

Leave A Reply

Your email address will not be published.