ଆଜି ବିଶ୍ୱ ଏଡ଼ସ ଦିବସ: କନ୍ଧମାଳରେ ୨୫୫ ଜଣ ଏଡ଼ସ ରୋଗୀ, ୩୬ ମୃତ

ଫୁଲବାଣୀ, ୦୧/୧୨: ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗ ଭଳି ଏଡ଼ସ ରୋଗ ବ୍ୟାପୁ ନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ପରିସରରେ ବିଶ୍ୱ ଏଡ଼ସ ଦିବସ ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି l ଦିନ ଥିଲା ଏଡ଼ସ ନା ଶୁଣିଲେ ଲୋକେ ଭୟଭୀତ ହୋଇଯାଉଥିଲେ l ଏବେ ଆଉ ସେ ପରିସ୍ଥିତି ନାହିଁ l ୧୯୮୮ରୁ ସଚେତନ କରାଯାଉଛି ଫଳରେ ଲୋକେ ମଧ୍ୟ ବେଶ ସଚେତନ ହେଲେଣି ବୋଲି କହିଥିଲେ l ସେହିପରି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରସନ୍ନ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସ୍ଵାତି ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ପୁରାପୁରି ରୋକିବା ଦିଗରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ l କିଛି ଲକ୍ଷଣ ଦେଖାଦେଲେ ପରିକ୍ଷା କରାଇନେବା ଜରୁରୀ ବୋଲି କହିଥିଲେ l ସେହିପରି ଶିକ୍ଷାନୁଷ୍ଠାନ ଗୁଡିକରେ ପିଲାଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି କହିଥିଲେ l ଦେବାଶିଷ ମିଶ୍ର ଏହାକୁ ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.