ବ୍ଲକ୍ ପରିକ୍ରମା କ୍ରମରେ ବିଜେପୁର ଠାରେ ଭ୍ରାମ୍ୟମାଣ ପାଠାଗାର

ବରଗଡ଼: ଭଲ ବହି ଟିଏ ପଢିଲେ ମନରେ ଖୁସି ଆସେ, ଆନନ୍ଦ ଆସେ। ଛାତ୍ର ଟିଏ ଜ୍ଞାନୀ ହୁଏ,ଭଲ ମଣିଷ ହୋଇ ଦେଶ ଦଶର ଟେକ ରଖେ ବୋଲି ବିଜେପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରେ ଯୋଗଦାନ କରି ବକ୍ତାଗଣ କହିଛନ୍ତି। ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ଓ ଉପ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଲ ପୁସ୍ତକ ପଠନ ମଣିଷର ଜ୍ଞାନର ପରିସୀମା କୁ ବୃଦ୍ଧି କରିବା ସହ ମନରେ ଖୁସି ଓ ଆନନ୍ଦ ଆଣିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ମନୋଜ କୁମାର ସାହୁ, ମୁନା ବାରିକ, ଉମାକାନ୍ତ ଜାଲ, ଗଙ୍ଗାଧର ମିଶ୍ର, ସୁନୀତା ମେହେର, ରାଜେଶ ବିଶି ଓ ସଦାନନ୍ଦ ପ୍ରଧାନ ପ୍ରମୁଖ ପାଠାଗାର ଓ ପୁସ୍ତକର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପଠିତ ପୁସ୍ତକ ସମ୍ପର୍କରେ ଆଲୋଚନା କରି ଶୀତଲ ସାହୁ, ସିଦ୍ଧିଶ୍ରୀ ପଧାନ ଓ ସ୍ମୃତି ପ୍ରଜ୍ଞା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ମନୋନୀତ ହୋଇଥିଲେ। ଭ୍ରାମ୍ୟମାଣ ପାଠାଗାରର ଆବାହକ ଡକ୍ଟର ରବିନାରାୟଣ ସାହୁ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଦସ୍ୟ ଜଗନ୍ନାଥ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.