କୁଇ ଭାଷା ସାହିତ୍ୟ ସମିତି କର୍ମଶାଳାରେ କୁଇ ଭାଷାର ମାନ୍ୟତା ଦାବି

ଫୁଲବାଣୀ, ୧୧/୧୨: କୁଇ ଲିପିର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସମ୍ଭବ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କୁଇ ଭାଷା ସାହିତ୍ୟ ସମିତି କର୍ମଶାଳାର ଦ୍ୱିତୀୟ ଦିନର କର୍ମଶାଳାରେ ଯୋଗ ଦେଇ କହିଥିଲେ l କାହିଁ କେଉଁ ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି l କୁଇ ଭାଷା ଅତିଲୋକ ପ୍ରିୟ ଅଟେ l କନ୍ଧମାଳର ଅଧିକାଂଶ ଅଧିବାସୀ କୁଇ ଭାଷାରେ କଥାବାର୍ତା ହୋଇଥାନ୍ତି କିନ୍ତୁ ଏହି ଭାଷା ଏଯାଏଁ ମାନ୍ୟତା ଲାଭ କରିପାରିନି ବୋଲି କହିଥିଲେ l ବିଳମ୍ବରେ ହେଲେ ବି ଏବେ କୁଇ ଭାଷା ଲିପି ପ୍ରସ୍ତୁତ ହୋଇଛି l ତାହା କୁଇ ସମାଜ ଭାଷା ସାହିତ୍ୟ ସମିତିର ଅନୁମୋଦନ ହେଲା ପରେ ସରକାରୀ ମାନ୍ୟତା ପାଇଁ ଉଦ୍ୟମ କରାଯିବ ଆଉ ବିଧାୟକ ଭାବେ ସେମାନେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଭାଷଣ ପ୍ରସଙ୍ଗରେ କହିଥିଲେ l ଲିପିକୁ ଚୂଡାନ୍ତ ରୂପ ଦେବା ଲାଗି ଜୁରୀଙ୍କ ( ବିଚାରକ ମଣ୍ଡଳୀ ) ଗତକାଲି ତିନି ଦିନିଆ କନଫରେନ୍ସ ଆରମ୍ଭ ହୋଇଛି l ଓଡ଼ିଶାର ବହୁ ଆଦିବାସୀ ଲେଖକ, ଅବସରପ୍ରାପ୍ତ ଅଫିସର, କର୍ମଚାରୀ, ବିଧାୟକ, ଅଧ୍ୟାପକ ଓ ଅଧ୍ୟାପିକା, ସାମ୍ବାଦିକ, କୁଇ ସମାଜର କର୍ମକର୍ତ୍ତା ଓ ନେତା ଯୋଗ ଦେଇ କୁଇ ଭାଷା ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କହଁର, ଡ଼ଃ ନିରଦ କହଁର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.