
ଫୁଲବାଣୀ, ୧୧/୧୨: ରାଜ୍ୟରେ ଏକ ସ୍ଵଛ ଓ ଦୁର୍ନୀତି ମୁକ୍ତ ସରକାର ଗଠନ କରିବା ପାଇଁ ଆମ ଆଦମୀ ପାର୍ଟିରେ ସାମିଲ ହୋଇ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ ଦେଇଛନ୍ତି l ସେହିପରି କର୍ମୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଆମ ଆଦମୀ ପାର୍ଟିର ସଙ୍ଗଠନକୁ ସୁଦୃଢ଼ କରିବାକୁ ରାଜ୍ୟ ଆବାହକ ନିଶିକାନ୍ତ ପରାମର୍ଶ ଦେଇଥିଲେ l ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବଳରାମ ଡିଗାଲ, ଉପସଭାପତି ଯୌବନ ମଲ୍ଲିକ, କନ୍ଧମାଳ ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ, ନାରୀ ନେତ୍ରୀ ରଶ୍ମିତା ପଟନାୟକ, ଯୁବନେତା ଗିରିଶ ପଟନାୟକ, ତ୍ରିନାଥ ମାଝୀ ଅଧ୍ୟକ୍ଷ ଅନୁସୂଚିତ ଜାତି, ମହେନ୍ଦ୍ର ମଲ୍ଲିକ ଅଧ୍ୟକ୍ଷ ଅନୁସୁଚିତ ଜନଜାତି, ଯୁବ ନେତା ସଂଜୀବ ପ୍ରଧାନ ପ୍ରମୁଖ ଯୋଗ ଦେଇ ଦୁର୍ନିତୀ ଓ ଭ୍ରଷ୍ଟାଚାର ଦୂର ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ପାଇଁ ଆମ ଆଦମୀ ପାର୍ଟିକୁ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ l ଏହି ଅବସରରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରି ମୁଖ୍ୟ ରାସ୍ତାରେ ଆସି ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିଥିଲା l ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ଆମ ଆଦମୀ ପାର୍ଟିର କର୍ମୀ ଯୋଗ ଦେଇଥିଲେ l