mobile header

କୋଟପାଡ଼ ରେଳ ଷ୍ଟେସନରେ ରେଳ ରହଣି ପ୍ରସଙ୍ଗ: ଦାବି ପୂରଣ ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଲେ ନାଗରିକ କମିଟି

କୋଟପାଡ: ଗତକାଲି କୋଟପାଡ ନାଗରିକ କମିଟିର ସଭାପତି ଏମ ଶଙ୍କର ରାଓଙ୍କ ସଭାପତିତ୍ବରେ ବସିଥିବା ସଭାରେ ରେଲୱେକୁ ବାରମ୍ବାର ଦାବି ଜଣେଇବା ସତ୍ତ୍ୱେ ଏହାକୁ ଗ୍ରହଣ ନକରିବା କେତେ ଦୂର ସମିଚୀନ ନାଗରିକ କମିଟି ସରକାରଙ୍କୁ ପ୍ରଶ୍ନ କରିଥଲେ । ବିଗତ ଦିନରେ ୬ରୁ ୭ଥର ନାଗରିକ କମିଟି ଆନ୍ଦୋଳନ କରିବା ସତ୍ତ୍ୱେ ରେଲ ବିଭାଗ ଭ୍ରୁକ୍ଷେପ ନ କରିବା ଆଗାମୀ ଦିନରେ ସରକାରଙ୍କୁ ବହୁତ୍ କ୍ଷତି ସହିବାକୁ ପଡ଼ିବ ବୋଲି ଆବାହକ ଚେତାବନୀ ଦେଇଛନ୍ତି ଏବଂ ଲୋକଙ୍କ ସ୍ୱାର୍ଥକୁ ଉପସ୍ଥାପନା କରି ଦାବି ହାସଲ କରିବା କଣ ଭୁଲ କି ବୋଲି ନାଗରିକ କମିଟି ତରଫରୁ ପ୍ରଶ୍ନ କରିଥିଲେ । ଦାବି ପୂରଣ ନକରି କମିଟି ନାମରେ ରେଲୱେ କର୍ତ୍ତୃପକ୍ଷ କେଶ କରିବାକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଛି । ଯଦି ଆଗାମୀ ସପ୍ତାହ ମଧ୍ୟରେ ରେଳ ରହଣି କୋଟପାଡ ଷ୍ଟେସନରେ ନହେବ ଧର୍ମଘଟକୁ ତୀବ୍ର କରାଯିବ ଚକ ଅଖ ବନ୍ଦ ହେବ । ସରକାରୀ ଦପ୍ତର ବନ୍ଦ ହେବ ଯେ କୌଣସି ଅଘଟଣକୁ ସରକାର ଦାୟୀ ରହିବେ ବୋଲି ନାଗରିକ କମିଟି ତରଫରୁ ଚେତାବନୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ନଗରପାଳ ଏମ ଶଙ୍କର ରାଓ, ପ୍ରେସ କ୍ଲବ ସଭାପତି ପଙ୍କଜ କୁମାର ପାତ୍ର, ଓକିଲ ସଂଘ ଉପସଭାପତି ପ୍ରଦୀପ ବକ୍ସି, ପାଣି ପଞ୍ଚାୟତ ସଭାପତି ବୀରେନ ବିଶୋଇ, ରଂଜୁ ପାତ୍ର, ସାଂସଦ ପ୍ରତିନିଧି ସୁଧୀର ମହାନ୍ତି, ବିଜେଡି ଭଂଶୁଲି ସଭାପତି ସିବହାରେ ବାବୁ, ସରପଞ୍ଚ, ସମିତି ମେମ୍ବର ଓ ବହୁ ଜନସାଧାରଣ ସଭାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.