ମାଲକାନଗିରି,୧୭/୪ଏଥର ଆଇ ମଦୁଆ ଡ୍ରାଇଭରମାନଙ୍କୁ ନିସ୍ତାର ନାହିଁ।ପୁଲିସ ଏବଂ ଆଞ୍ଚଳିବ ପରିବହନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।ମଦୁଆ ଡ୍ରାଇଭରଙ୍କ ଉପରେ ଏବେ ମାଲକାନଗିରି ପୁଲିସ ଏବଂ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ମିଳିତ ଚଢାଉ ଆରମ୍ଭ ହୋଇଛି।ଗତକାଲି ରାତିରେ ମିଳିତ ଚଢାଉ କରାଯାଇ ଦୁଇ ଜଣ ମଦୁଆ ଟ୍ରକ ଡ୍ରାଇଭରଙ୍କୁ ଅଟକାଇ ଯାଞ୍ଚ କରିବା ପରେ ସେମାନେ ମଦ ପିଇ ଗାଡି ଚଳାଉଥିବା ଜାଣିବାକୁ ପାଇଥିଲେ।ତୁରନ୍ତ ଦୁଇ ମଦୁଆ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।ସେମାନେ ହେଲେ ପୋଟେରୁ ଅଂଚଳର ଗୋବିନ୍ଦ ବାଲା ଏବଂ ତେଲେଙ୍ଗାନାର ଆନ୍ଦେମ ନାଗରାଜ।ଏଥର ପ୍ରତ୍ୟେକ ଦିନ ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ଗାଡିଗୁଡିକକୁ ଯାଞ୍ଚ କରାଯିବ।ମଦ ପିଇ ଗାଡି ଚଳାଉଥିଲେ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି।ଜିଲ୍ଲାର ସମସ୍ତ ଥାନା ଅଂଚଳରେ ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post