mobile header

ଗଂଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୧୭/୪: ମାଲକାନଗିରି ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା।ଗଂଜେଇ ଚାଲାଣ ହେଉଥିବା ବେଳେ ଗଂଜେଇକୁ ଜବତ କରିବା ସହ ଜଣେ ଆସାମୀକୁ ଗିରଫ କରାଯାଇଛି।ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଝରାପାଲ୍ଲୀ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ବଲେରୋ ଗାଡି କ୍ଷୀପ୍ରଗତିରେ ଆସୁଥିବା ଦେଖିବାକୁ ପାଇଥିଲେ।ତୁରନ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଂଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା।ତୁରନ୍ତ ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ କରୁଥିବା ଆସାମୀକୁ ମଧ୍ୟ ଗିରଫ କରାଯାଇଥିଲା।ଏହି ବଲେରୋରେ ମୋଟରେ ୮୦ କିଲୋ ଗଂଜେଇ ଲଦା ହୋଇଥିବା ବେଳେ ଛତିଶଗଡକୁ ଚାଲାଣ କରାଯାଉଥିବା ଜଣାପଡିଛି।ଗଂଜେଇ ଚାଲାଣ କରୁଥିବା ସୋରିଷମାଳର ରାଜେନ୍ଦ୍ର ମାଟାମକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।ତେବେ ଏହି ଚଢାଉ ପରେ ମଧ୍ୟ ଆଗାମୀ ଦିନରେ ଚଢାଉ ଜାରି ରହିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.