ଫିଫା ବିଶ୍ବକପ୍‌-୨୨: ମେସିଙ୍କ ସ୍ବପ୍ନ ପୂରା ହେଲା, ତୃତୀୟ ଥର ପାଇଁ ଆର୍ଜେଣ୍ଟିନା ବିଶ୍ବ ବିଜେତା, ଫ୍ରାନ୍ସକୁ ହରାଇ ଇତିହାସ ରଚିଲା

ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ଫ୍ରାନ୍ସକୁ ପରାସ୍ତ କଲା

ଦୋହା: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି। ଲିଓନେଲ ମେସିଙ୍କ ସ୍ବପ୍ନ ପୂରା ହୋଇଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି। କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ଏବଂ ଇଂଜରି ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।

ତେବେ ବିଜୟ-ପରାଜୟ ପାଇଁ ଅତିରିକ୍ତ ସମୟ ନିଆଯାଇଥିଲା। ଏହି ଅତିରିକ୍ତ ସମୟ ଭିତରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଗୋଲ ଦେଇଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ଏମ୍ବାପ୍ପେ ଏକ ଗୋଲ ଦେଇ ଖେଳକୁ ବରାବର ସ୍ତରକୁ ଆଣିଥିଲେ। ଶେଷରେ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଫଳାଫଳ ବାହାର କରାଯାଇଥିଲା।

ଫିଫା ବିଶ୍ବକପ୍‌-୨୦୨୨ରେ ଆର୍ଜେଣ୍ଟିନା ଚାମ୍ପିଅନ ହୋଇଛି। ଫ୍ରାନ୍ସର ବିଶ୍ବ ବିଜୟୀ ହେବାର ଆଶା ମଉଳିଯାଇଛି। ବିଗତ ଚାମ୍ପିଅନ ଫ୍ରାନ୍ସକୁ ୩-୨‌ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏଥି ସହିତ ଫିଫା ବିଶ୍ବକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ବପ୍ନ ପୂରା କରିଛି। ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଜେତା ହୋଇଥିଲା। ଅପରପକ୍ଷେ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିଅନ୍‌ ହୋଇଥିଲା।

ଏହା ପୂର୍ବରୁ ୨ୟ ହାଫ୍‌ରେ ଫ୍ରାନ୍ସର ଅଧିନାୟକ ଏମ୍ବାପ୍ପେ ମାତ୍ର ୨ ମିନିଟରେ ୨ଟି ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ। ସେ ପ୍ରଥମେ ୮୦ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ୮୨ତମ ମିନିଟରେ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ।

ଆର୍ଜେଣ୍ଟିନା ପ୍ରଥମ ହାଫ୍‌ରେ ଆଜି ଚମକପ୍ରଦ ପ୍ରଦର୍ଶନ କରିଥିଲା।‌ ଲିଓନେଲ ମେସିଙ୍କ ନେତୃତ୍ବରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ପ୍ରଥମ ୨୦ ମିନିଟ ଯାଏଁ ଉଭୟ ପକ୍ଷରୁ ଜୋରଦାର ଲଢ଼େଇ ହୋଇଥିଲା। ତେବେ ୩୬ତମ ମିନିଟରେ ଆର୍ଜେଣ୍ଟିନାର ଡି ମାରିଆ ନିଜର ଅଭିଜ୍ଞତାକୁ ସଫଳ ରୂପ ଦେଇଥିଲେ। ସେ ମ୍ୟାଚର ୨ୟ ଗୋଲ ଦେଇ ଟିମ୍‌କୁ ୨-୦ରେ ପହଂଚାଇଥିଲେ। ତାଙ୍କୁ ଏଲେକ୍ସିସ ମ୍ୟକଏଲିଷ୍ଟର ବଲ୍‌ ପାସ୍‌ କରିଥିଲେ। କିନ୍ତୁ ଗୋଲକିପର ଲରିସ ବଲକୁ ଧରିବାରେ ବିଫଳ ହୋଇଥିଲେ। ଏହା ପୂର୍ବରୁ ୨୩ତମ ମିନିଟରେ ପେନାଲ୍ଟି ସୁଟ୍‌ରେ ଲିଓନେଲ ମେସି ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ।

ଚଳିତ ବିଶ୍ବକପ୍‌ରେ ଲିଓନେଲ ମେସି ଅନ୍ୟ ଏକ ବିଶ୍ବରେକର୍ଡର ଅଧିକାରୀ ହୋଇପାରିଛନ୍ତି। ବିଶ୍ବକପରେ ପ୍ରଥମ ଖେଳାଳି ଭାବେ ସମସ୍ତ ପର୍ଯ୍ୟାୟରେ ଗୋଲ ଦେଇପାରିଛନ୍ତି। ଗ୍ରୁପ ଷ୍ଟେଜ୍‌, ରାଉଣ୍ଡ-୧୨, କ୍ବାର୍ଟର, ସେମି ଫାଇନାଲ ଓ ଫାଇନାଲରେ ସେ ଗୋଲ ଦେଇଛନ୍ତି ରେକର୍ଡ କରିଛନ୍ତି।

ସେହିପରି ଲଗାତାର ୩ଟି ବିଶ୍ବକପର ନକ୍‌ଆଉଟ୍‌ରେ ଗୋଲ୍‌ କରି ଡି ମାରିଆ ମଧ୍ୟ ରେକର୍ଡ କରିଛନ୍ତି। ୨୦୧୪, ୨୦୧୮ ଓ ୨୦୨୨ରେ ସେ ଗୋଲ୍‌ ସ୍କୋର କରିଛନ୍ତି।

ଫିଫା ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ପୂର୍ବରୁ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହକୁ ଲକ୍ଷାଧିକ ଲୋକ ଦେଖିଥିଲେ। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କୋଚ ରବି ଶାସ୍ତ୍ରୀ, ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ମଧ୍ୟ ଦୋହାରେ ପହଂଚିଛନ୍ତି।

Leave A Reply

Your email address will not be published.