ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ୨ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଫୁଲବାଣୀ, ୧୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିରୁବାଲି ଠାରେ ଆର କେଡି ଠିକା ସଂସ୍ଥାର ଏକ ଟ୍ରକ ରବିବାର ରାତିରେ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକ ଦୁଇଜଣ ହେଲେ ବଡ଼ଗାଁର ରାକେଶ ମଲ୍ଲିକ ଓ ରାଇକିଆର ଅଚ୍ୟୁତାନନ୍ଦ ନାୟକ ବୋଲି ଜଣାପଡିଛି l ଫଳରେ କ୍ଷତିପୂରଣ ଦାବି ଉତ୍ୟକ୍ତ ଗ୍ରାମବାସି ସୋମବାର ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି l ମୃତକଙ୍କ ପରିବାର ଦ୍ବୟଙ୍କୁ କୋଡିଏ ଲକ୍ଷ କ୍ଷତିପୂରଣ ରାଶି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l ଖବର ପାଇ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି l ତେବେ କ୍ଷତିପୂରଣ ନ ମିଳିବା ଯାଏ ରାସ୍ତା ଅବରୋଧ ହଟିବନି ବୋଲି ଜିଦରେ ବସିଛନ୍ତି ଲୋକେ l ରାସ୍ତା ଅବରୋଧ ଯୋଗୁଁ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ଘଟିଥିବା ଜଣାପଡିଛି l

Leave A Reply

Your email address will not be published.