କାଲିମେଳା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଦୁଇ ଗିରଫ

ମାଲକାନଗିରି ତା.୨୯.୦୪.୨୪: ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତି । ତଥ୍ୟ ମୁତାବକ ଗତକାଲି ରାତିରେ କାଲିମେଳା ପୋଲିସ କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିସେଷ ସୁତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ । ସେହି ସମୟରେ ଦୁଇଜଣ ବ୍ୟକ୍ତି କିଛି ଗଞ୍ଜେଇ ବସ୍ତା ଧରି ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଠିକ୍ ସମୟରେ ପୋଲିସ ଗଞ୍ଜେଇ ସହ ଉକ୍ତ ଦୁଇଜଣଙ୍କୁ ଗିରଫ କରିଥିଲେ । ଉକ୍ତ ଗଞ୍ଜେଇ ବସ୍ତାମାନଙ୍କ ମଧ୍ୟରୋ ମୋଟ ୩୫୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଅବି ଯୁକ୍ତ ଦୁଇଜଣଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିନାହିଁ । ତେବେ ଏ ସମ୍ବନ୍ଧରେ କାଲିମେଳା ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ପଚରାଉଚୁରା ଜାରି ରହିଛି ଏବଂ ସମସ୍ତ କାର୍ଯ୍ୟ ସମାପନ ପରେ ଅଭିଯୁକ୍ତଙ୍କ ନାମ ଓ ଠିକଣା ସମ୍ପର୍କରେ ସୁଚନା ଦିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.