ଝୁଲନ୍ତା ଅବସ୍ଥାରେ ମିଳିଲା ବିଧାୟକ ପତ୍ନୀଙ୍କ ମୃତଦେହ

ଶିବସେନା ବିଧାୟକ ମଙ୍ଗେଶ କୁଡାଲକରଙ୍କ ପତ୍ନୀ ରଜନୀ କୁଡାଲକରଙ୍କ ମୃତଦେହ ଗତକାଲି ରାତିରେ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, କୁର୍ଲାର ନେହରୁ ନଗର ସ୍ଥିତ ଡିଗ୍‌ନିଟି ହାଉସିଂ ସୋସାଇଟିରେ ଥିବା ଫ୍ଲାଟ୍‌ରୁ ରଜନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ମୃତଦେହ ଉଦ୍ଧାର କରାଯାଇଥିବା ନେହରୁ ନଗର ପୋଲିସ୍‌ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ି ଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.