mobile header

୨୭ତମ ସର୍ବଭାରତୀୟ ବୋରାସମ୍ବ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ: ବ୍ବେଷ୍ଟବେଙ୍ଗଲକୁ ହରାଇ ଛତିଶଗଡ଼ ସେମିଫାଇନାଲ ପ୍ରବେଶ

ପଦ୍ମପୁର, ୧୩/୦୧/୨୦୨୩: ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିବସରେବ୍ବେଷ୍ଟବେଙ୍ଗଲ ସାଇଲତା ଓ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ପୋଲ ବିର ଦ୍ବିତୀୟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭରେ ପ୍ରଥମେ ଛତିଶଗଡ଼ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୦ ଓଭରରେ ୩ ଉଇକେଟ ବିନିମୟରେ ୩୧୫ ଏକ ବିଶାଳ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବ୍ବେଷ୍ଟବେଙ୍ଗଲ ଟିମ୍ ୩୧୬ ରନ୍ର ଲକ୍ଷ୍ୟ ନେଇ ମ୍ୟାଚରେ ସମସ୍ତ ଉଇକେଟ ହରାଇ ୨୩.୨ ଓଭରରେ ମାତ୍ର ୧୯୪ ରନ ସଂଗ୍ରହ କରିପାରିଥିଲା ଫଳରେ ୨୨୧ ରନରେ ଛତିଶଗଡ଼ ଦଳ ବିଜୟୀ ହୋଇ ପୋଲ ବିର ସେମିଫାଇନାଲକୁ ପ୍ରବେଶ କରିଛି । ଛତିଶଗଡ଼ ଦଳର ଶଶାଙ୍କ ଚନ୍ଦ୍ରକାର ୫୭ ବଳରେ ୧୧୧ ଓ କ୍ରିତିଶ ସାହୁ ୭୨ ବଳରେ ୧୦୩ ରନ ସଂଗ୍ରହ କରିଥିଲେ । ଆଜି ପଞ୍ଚମ ଦିନର ଉଦଯାପିତ ସନ୍ଧ୍ୟା ଅବସରରେ ପଦ୍ମପୁର ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାଉନସିଲର ଭାରତୀ ପଟ୍ଟନାୟକ, ପ୍ରିୟ ରଞ୍ଜନ ଭୋଇ , ସଂଯୁକ୍ତା ପୃଷ୍ଟି, ଖିର ସାନବର୍ଷା, କବିତା ସେଠ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ସାବିତ୍ରୀ ବାଗ ଯୋଗଦେଇ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ଛତିଶଗଡ଼ର ସଶାଙ୍କ ଚନ୍ଦ୍ରକାରଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ ଦେଉଛନ୍ତି । ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋରାସମ୍ବର ଟ୍ରଫି, ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି। ଆଜିର ପଞ୍ଚମ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ବମ୍ବର ମହାକୁଡ ଓ ଚନ୍ଦ୍ର କାନ୍ତ ପାଢୀ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ। ଆସନ୍ତା ଶନିବାର ପୋଲ ବିର ସେମିଫାଇନାଲ କଟକ ଓ ଛତିଶଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.