mobile header

ବିଜେପିର ବୁଥ ସଶକ୍ତିକରଣ ବୈଠକ

କାଲିମେଳା, ତା ୧୪/୩: ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଲିମେଳା ମଣ୍ଡଳ ବିଜେପି ପକ୍ଷରୁ କାଲିମେଳା ଜଗନ୍ନାଥ ମନ୍ଦିର ପରିସରରେ ବୁଥ ସଶକ୍ତିକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରୁ କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଓ ସମ୍ପାଦକ ବିଶିକେସନ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଲାଲ୍ ଚକ୍ରବର୍ତ୍ତୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଉତ୍ତମ ରାୟ, ମଣ୍ଡଳ ପ୍ରଭାରୀ ସ୍ବପନ ରାୟ, ସାଧାରଣ ସମ୍ପାଦିକା ଗେଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ଦଳର ବରିଷ୍ଠ କର୍ମକର୍ତ୍ତା, ସକ୍ରିୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବୁଥ ସଶକ୍ତିକରଣ ବୈଠକ କରିଥିଲେ । ତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଅଯୋଗ୍ୟ ହିତାଧୀକାରୀଙ୍କୁ ବଣ୍ଟନ, ବିଦ୍ୟୁତ୍ ଉପଭୋକ୍ତାଙ୍କ ମନ ଇଚ୍ଛା ବିଦ୍ୟୁତ୍ କାଟ ଭୋଳି ଅନେକ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଏବଂ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.