mobile header

କାଲିମେଳା ପୋଲିସ ପକ୍ଷରୁ ବିପୁଳ ପରିମାଣ ଗଞ୍ଜେଇ ଜବତ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ପକ୍ଷରୁ ଆମ୍ବ ପଦର ଘାଟିରୁ ବିପୁଳ ପରିମାଣ ଗଞ୍ଜେଇ ଜବତ କରିଥିବା ଦେଖିବାକୁ ମିଳିଛି l ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ସୁଜିତ ବିଶ୍ୱାସ, କନେଷ୍ଟବଳ ପ୍ରବିନ ଡୁରୁକା, ନରସିଂହ ମାଝୀ, ଜିବି ରାଓ ଏବଂ ନାରାୟଣ ସେଠୀ, ଥାନା ଅଧିକାରୀ ଶ୍ରୀ ନାୟକଙ୍କ କହିବା ଅନୁଯାଇ ଗତକାଲି ରାତିରେ ପୋଲିସ ପକ୍ଷରୁ ପାଞ୍ଚ ଜଣିଆ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଘାଟି ଅଞ୍ଚଳ ଆମ୍ବ ପଦର ଗ୍ରାମରେ ଏକ ସ୍ଥାନରେ ବିପୁଳ ପରିମାଣ ଗଞ୍ଜେଇ ରଖା ଯାଇଥିବା ଦେଖିବାକୁ ପାଇଥିଲେ l ପୋଲିସ ଟିମ ସମସ୍ତ ଗଞ୍ଜେଇ ଥାନାକୁ ଆଣିଥିଲେ l ଆଜି ଏହାକୁ ଓଜନ କରାଯିବା ପରେ ଦେଖା ଯାଇଛି ଚାରି କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଅଛି ଏହାର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ହେବ ବୋଲି ଆକଳନ କରାଯାଇଛି l ଏହାକୁ କେହି ବେପାରି କିଣି ଏକତ୍ରିତ କରିଥିବା ଅନୁମାନ କରାଯାଉଛି l ଏହାକୁ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.