mobile header

କୋଟପାଡ ଓକିଲ ସଂଘ ନିର୍ବାଚନ: ସଭାପତି ଭାବେ ମଣି ପ୍ରସାଦ ପଟ୍ଟନାୟକ ମନୋନୀତ

ଶଙ୍କର ପଣ୍ଡା ସମ୍ପାଦକ ଓ ପ୍ରଦୀପ ବକ୍ସି ଉପସଭାପତି ଭାବେ ମନୋନୀତ

କୋଟପାଡ: ଆଜି କୋଟପାଡ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି ସହମତି ଭିତ୍ତିରେ ସମସ୍ତ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଥିଲା । ସଂଘର ସଭାପତି ଭାବରେ ମଣି ପ୍ରସାଦ ପଟ୍ଟନାୟକ, ଉପସଭାପତି ଭାବେରେ ପ୍ରଦୀପ ବକ୍ସି, ସମ୍ପାଦକ ଭାବରେ ଶଙ୍କର ପଣ୍ଡା, ସହ ସମ୍ପାଦକ ଭାବରେ ଗୁପ୍ତ ବେହେରା, କୋଷାଧ୍ୟକ୍ଷ ଭବେ ଦୁର୍ଗା ସାହୁଙ୍କୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଟପାଡ ଓକିଲ ସଂଘର ଏକଜୁଟ ଥିବାର ଦେଖାଯାଇଛି ଓ ଇଲେକ୍ସନ ଅଫିସର ବରିଷ୍ଠ ଅଧିବକ୍ତା ଜିତେନ୍ଦ୍ର ନାଥ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଏହି ନିର୍ବାଚନ ଘୋଷଣା ପରେ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ଏସଡିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝି, ବିଜେଡି ଟାଉନ ସଭାପତି ଆରିଫ ପଟେଲ ଓ ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଓକିଲ ସଂଘର ମୌଳିକ ସମସ୍ୟାକୁ ଏକତ୍ରିତ ହୋଇ ଲଢ଼ିବା ପାଇଁ ଆହ୍ୱାନ ଜଣେଇଥିଲେ ।

ପ୍ରଦୀପ ବକ୍ସି (ଉପସଭାପତି)
Leave A Reply

Your email address will not be published.