mobile header

ଜିଲ୍ଲା ଓକିଲ ସଂଘର ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ପାଳିତ

ମାଲକାନଗିରି, ୨୬/୦୩: ସାରା ଓଡ଼ିଶାରେ ସମସ୍ତ ଓକିଲ ସଂଘର ନିର୍ବାଚନ ୨୫/୦୩ରେ ସରିଥିବା ବେଳେ ମାଲକାନଗିରି ଓକିଲ ସଂଘର ମଧ୍ୟ ନିର୍ବାଚନ ପ୍ରକ୍ରିୟା ୨୫ ତାରିଖରେ ଶେଷ ହୋଇଛି। ଏହା ପରେ ରବିବାର ସକାଳ ୧୧ଟା ସମୟରେ ଜିଲ୍ଲା ଓକିଲ ସଂଘର ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ବିଜୟ ମହାନ୍ତି ଓ ଗୋବିନ୍ଦ ପାତ୍ର ବରିଷ୍ଠ ଆଇନଜୀବୀ ସମସ୍ତ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଲମ୍ବୋଦର ତୁରୁକ, ଉପ ସଭାପତି ଜୋସେଫ ଜେମ୍ସ,, ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଯୁଗ୍ମ ସମ୍ପାଦକ ଭଵତୋଷ ବିଶ୍ୱାସ, କୋଷଧକ୍ଷ ବିଭୁ ଆସିସଦାନ ସଗରିଆ, ଉପଦେଷ୍ଟା ଭାବେ ପ୍ରଭାକର ପ୍ରଧାନ, ଗୌତମ ସରକାର, ଭୂଦେଵ ମହନନ୍ଦିଆ, ସହ ସମ୍ପାଦକ ଭାବେ ବିଜୁ ସରକାର, ଭକ୍ତ ବଣିକ, ହେମନ୍ତ ରାଜୁ ଓ ମାନସ ହଲଦାର, ଏଜୁକେଟିଭି ବଡି ମେମ୍ବର ଭାବେ ବିଭୁତି ଭୂଷଣ ବେହେରା, ହୃଷୀକେଶ ପଣ୍ଡା, ନରେନ୍ଦ୍ର ଛତ୍ରୀ, ଦିଲୀପ କୁମାର ସାହୁ, ରୀନା ନାଏକ, ସଂଯୁକ୍ତା ଦତ୍ତ, ରୁମ୍ପା ଦେବନାଥ, ରବୀନ୍ଦ୍ର ନାୟକ, ଅଞ୍ଜନ କାନ୍ତି ହଲଦାର ପ୍ରମୁଖ ସମସ୍ତେ ଆଜି ଶପଥ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଓକିଲ ସଂଘର ଉନ୍ନତି ସହ ଓକିଲ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିବାକୁ ବରିଷ୍ଠ ଆଇନଜୀବୀ ମାନେ କହିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଦିଲୀପ ପରିଛା, ରାମ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ଗୋପାଳ ରାଓ, ଅଶୋକ ନାଏକ, ଦୁର୍ଗା ପଣ୍ଡା, ସୂର୍ଯ୍ୟ ବ୍ରମ୍ପା, ଵିଷ୍ଣୁ ନାଲା, ଜୟଦେବ ପାତ୍ର ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.