ମାଲକାନଗିରି ପୋଲିସ ଦ୍ବାରା ଏକ କଣ୍ଟେନର ସହ ୪୭୫ କେଜି ଗଞ୍ଜେଇ ଜବତ

ମାଲକାନଗରି: ମାଲକାନଗରିରୁ ଜୟପୁର ଯାଉଥିବା ଏକ କଣ୍ଟେନରରୁ ଚମ୍ପାଖେରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କାଲିମେଳା ଅଞ୍ଚଳରୁ ଆସୁଥିବା ଏକ କଣ୍ଟେନର ସୂଚନା ପାଇ ମାଲକାନଗିରି ଥାନା ଅଧିକାରୀ ରିଗାନ୍ କିଣ୍ଡୋଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚମ୍ପା ଖାରି ଗାଁ ନିକଟରେ ଥିବା ପୋଲିସ ଚେକ୍ ପୋଷ୍ଟ ଠାରେ ଗାଡ଼ିକୁ ଅଟକାଇ ଯାଇ ତଲାସୀ ସମୟରେ ୪୭୫ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଗୋଖାଦ୍ୟ ବୋଝେଇ କଣ୍ଟେନର ଏହି ଗଞ୍ଜେଇ ଚାଲାଣ ସମୟରେ ମାଲକାନଗିରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣକୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଦିଲ୍ଲୀର ବୋଲି ଜଣାପଡ଼ିଛି । ଜବତ ୪୭୫ କେଜି ଗଞ୍ଜେଇ ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ବୋଲି ଥାନା ଅଧିକାରୀ ରିଗାନ୍ କିଣ୍ଡୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.