mobile header

ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଜେଡି ମହିଳାର ସମାବେଶ

ମାଲକାନଗିରି: ରାଜ୍ୟ ବିଜେଡି ନେତ୍ରୁ ବର୍ଗଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ବିଜେଡି ମହିଳା ସମାବେଶ ମାଲକାନଗିରି ନିର୍ବାଚନ ମଣ୍ଡଳୀସ୍ତରୀୟ ସମାବେଶ ସଦର ଟାଉନ ହଲ ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ନାୟକଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ମିଶନ ଶକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରାଇବା, ମହିଳା ସଶସ୍ତ୍ରୀକରଣ ,ମହିଳା ମାନଙ୍କୁ ସ୍ଵାସ୍ଥ୍ୟ ସେବା ବିମା ଯୋଜନା ଆଦି ସରକାରଙ୍କ ଜନ କଲ୍ୟାଣ ଯୋଜନା କିପରି ଗାଁ ଗାଁକୁ ଯାଇ ପ୍ରତ୍ୟେକଙ୍କ ଘରେ ଘରେ ଯାଇ ଯୋଜନାରେ ଫାଇଦା କିପରି ଉଠାଇବ ସେ ସଂପର୍କରେ ଲୋକଙ୍କୁ ବୁଝାଇବା ପାଇଁ ଆଲୋଚନା ହୋଇଥିଲା । ଆଗାମୀ ୨୦୨୪ ନିର୍ବାଚନରେ ବିଜେଡି ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ସେ ନେଇ ଏକ ରଣନୀତିର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଏହି ଅବସରରେ ରାଜ୍ୟ ବିଜେଡି ମହିଳା ମୁଖପାତ୍ର ଲୋରା ମହାପାତ୍ର, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସମୁଏଲ ନାୟକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା, ପୂର୍ବତନ ବିଧାୟକ ମାନସ ମାଡକାମି , ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ପ୍ରଭାକର ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ସୁକାନ୍ତି ବୁରୁଦା, ପଦ୍ମିନୀ ମୁଦୁଲି, ପ୍ରଶାନ୍ତି ଲତା ବିଷୋୟୀ, ମୁକା ମାଡକାମି ଓ ବିଭିନ୍ନ ବ୍ଲକ୍ରୁ ମହିଳା ସଭାନେତ୍ରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.