ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବଢୁଛି ଚର୍ଚ୍ଚା: ବିଶ୍ୱରେ ବେକାରୀ ସମସ୍ୟା ବଢାଇବା ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଏହାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଏକ ନୂଆ ବିତର୍କ । ଏହି ଆର୍ଟିଫିସିଆଲର ଇଣ୍ଟେଲିଜେନ୍ସକୁ ନେଇ ପରୀକ୍ଷା ନୀରିକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଏକ ବଡ ବିପଦ ଆଣିଦେଇ ପାରେ । ଟେସଲା ମୁଖ୍ୟ ଏଲନ୍ ମସ୍କ ଏହାକୁ ନେଇ ଟ୍ୱିଟ୍ କରି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । କେବଳ ଏଲନ୍ ମସ୍କ ହିଁ ନୁହଁନ୍ତି ଆପଲର ସହ ପ୍ରତିଷ୍ଠାତା ଷ୍ଟିବ୍ ୱଜନିଆକଙ୍କ ସମେତ ଶିକ୍ଷା ଓ ପ୍ରଯୁକ୍ତି ଜଗତର ଏକ ହଜାରରୁ ଅଧିକ ବିଶେଷଜ୍ଞ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବିରୋଧ କରିଛନ୍ତି ।

ଏଆଇକୁ ନେଇ ଆଜି ଯେଉଁ ଝଡ ସୃଷ୍ଟି ହୋଇଛି ଏହା ପଛରେ ରହିଛି ‘ଚାଟ୍ ଜିପିଟି’ । ବିଶ୍ୱରେ ଏବେ ଚାଟ୍ ଜିପିଟିର ଲୋକପ୍ରିୟତା ବଢିବାରେ ଲାଗିଛି । ଆମେରିକୀୟ ଷ୍ଟାର୍ଟ ଅପ୍ ସଂସ୍ଥା ‘ଓପନଏଆଇ’ ଏହି ଆପ୍ଲିକେସନକୁ ବିକଶିତ କରିଛି । ସରଳ ଭାଷାରେ କହିବାକୁ ଗଲେ ଲୋକେ ଏହାକୁ ଗୁଗୁଲ ସର୍ଚ ଇଞ୍ଜିନ୍ ଭଳି ବ୍ୟବହାର କରୁଛନ୍ତି । ଏଥିରେ ଯାହା ପ୍ରଶ୍ନ କଲେ, ସବୁ ପ୍ରଶ୍ନର ଉତ୍ତର ବେଶ ପ୍ରାଞ୍ଜଳ ଭାବେ ଆସି ଯାଉଛି । ନିକଟରେ ଏକ ହତ୍ୟା ମାମଲାରେ ଜାମିନ ଶୁଣାଣିବେଳେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଚାର୍ଟ ଜିପିଟି ବ୍ୟବହାର କରିଥିଲେ । ଅପରାଧ ଅତ୍ୟନ୍ତ ଜଘନ୍ୟ ଥିବାରୁ ଜାମିନ୍ ନାମଞ୍ଜୁର ହୋଇଥିଲା । ପରେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଚ୍ୟାଟ୍ ଜିପିଟିର ବ୍ୟବହାର ମାମଲାର ଫଇସଲା ପାଇଁ କରାଯାଇ ନଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେଲେ ଚାର୍ଟ ଜିପିଟି ଲଞ୍ଚ ହେବାର ମାତ୍ର ୫ ଦିନ ଭିତରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧ ମିଲିଅନ୍ ଅତିକ୍ରମ କରି ଯାଇଥିଲା । ଇତିହାସରେ କୌଣସି ପ୍ରଡକ୍ଟ, ସର୍ଭିସ୍ର ଅବା କୌଣସି ଟେକ୍ନୋଲୋଜିର ବ୍ୟବହାର ଏତେ ମାତ୍ରାରେ ଏତେ କମ୍ ଦିନ ଭିତରେ ଦେଖିବାକୁ ମିଳିନାହିଁ । ଏବେ ଏହା କେବଳ ଡେଭଲପିଙ୍ଗ୍ ଷ୍ଟେଜ୍ରେ ଅଛି । ଏହାକୁ ନେଇ ଆହୁରି ଅନୁଧ୍ୟାନ ଜାରି ରହିଛି । ଯେବେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, କେତେ ଭୟଙ୍କର ହେବ ଥରେ ଚିନ୍ତା କରନ୍ତୁ ।

କ’ଣ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ?

  • ମଣିଷର ମସ୍ତିଷ୍କ ଯେଉଁ ଭଳି କାମ କରୁଛି ତାର ପ୍ରଯୁକ୍ତି ରୂପ ହେଉଛି ଏଆଇ
  • ମଣିଷ ମସ୍ତିଷ୍କର ଅବିକଳ ଭାବନା କମ୍ପୁଟର ଓ ଫୋନରେ ମିଳିପାରୁଛି
  • ମସ୍ତିଷ୍କର ଭାବନାକୁ କମ୍ପ୍ୟୁଟର କୋଡ୍ ଜରିଆରେ ନୂଆ ରୂପ ଦିଆଯାଇଛି
  • ମଣିଷ ଭଳି ମେସିନ୍ ବି ଭାବି ପାରୁଛି
  • ମଣିଷକୁ ପ୍ରଶ୍ନ କଲେ ଯେପରି ଉତ୍ତର ଆସେ ସେଭଳି ଉତ୍ତର ଦେଉଛି ମେସିନ୍
  • କୃତ୍ରିମ ଉପାୟରେ ଏହି ଶକ୍ତିକୁ ବିକାଶ କରାଯାଇଥିବାରୁ ଏହାକୁ କୃତ୍ରିମ ବୁଦ୍ଧିମତା କୁହାଯାଉଛି

ବେକାରୀ ସମସ୍ୟା ବଢାଇବ ‘ଏଆଇ’!

  • ଦିନକୁ ଦିନ ଉନ୍ନତ ହେଉଛି କୃତ୍ରିମ ବୁଦ୍ଧିମତା
  • ପାରମ୍ପରିକ ଚାକିରି ପ୍ରତି ବଡ଼ ବିପଦ ‘ଏଆଇ’
  • ମଣିଷ ମସ୍ତିଷ୍କ କାମ କରୁଛି ‘ଏଆଇ’
  • ଆଗାମୀ କିଛି ମାସ ଭିତରେ ବହୁ ଚାକିରି ଉଭାନ୍ ହେବାର ସମ୍ଭାବନା
  • ଆର୍ଥିକ ସଂସ୍ଥା ‘ଗୋଲ୍ଡମ୍ୟାନ୍ ସଚ୍ସ’ର ଆକଳନ
  • ୩୦ କୋଟି ସ୍ଥାୟୀ ଚାକିରି ପ୍ରଭାବିତ ହେବ
  • ‘ଏଆଇ’ ପାଇଁ ଶ୍ରମ ବଜାରରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହେବ
Leave A Reply

Your email address will not be published.