ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଘଟିଛି ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ ନିଶାନ୍ତ କୁମାର। ତାଙ୍କ ଘର ହରିଆଣାରେ।

ନିଶାନ୍ତି କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ସେ କେମିତି ଛାତରୁ ଖସି ପଡ଼ିଲେ, ତାହା ସ୍ପଷ୍ଟ ହୋଇପାରିନି। ଏହା ଏକ ଦୁର୍ଘଟଣା ନା ଆଉ କିଛି ଘଟିଛି, ତାହା ଜଣାପଡ଼ି ନାହିଁ।

Leave A Reply

Your email address will not be published.