mobile header

ମଟର ସାଇକଲ ଧକ୍କା ହୋଇ 55ବର୍ଷିୟ ବ୍ୟକ୍ତି ଙ୍କ ମୃତ୍ୟୁ,

କାଲିମେଳା ତା 22/4 କାଲିମେଳା ଥାନା ଅନ୍ତର୍ଗତ ସଦର ପୁସୁଗୁଡା ଗ୍ରାମ ରେ ଏକ ଜଳଖିଆ ଦୋକାନ କରି ନିଜ ପରିବାର ପୋଷଣ କରି ଆସୁଥିବା ବେଳେ ଆଜି ସକାଳ ଦଶଟା ସମୟରେ ମଟର ସାଇକଲ ଧକ୍କା ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି, ମୃତ ବ୍ୟକ୍ତି ଜଣଙ୍କ କାଲିମେଳା ଅଂଚଳ ବହୁ ଜଣାଶୁଣା ବ୍ୟକ୍ତି ଭଗବାନ ଭୋଳ, (55)ଘଟଣା ରୁ ଜଣା ଯାଇଛି ବଗବାନ ସବୁଦିନ ଭଳି ଆଜି ବଡି ଭୋରୁ ଉଠି ଜଳଖିଆ ପ୍ରସ୍ତୁତ କରି ବିକ୍ରି କରୁଥିଲେ କିଛି ସାମଗ୍ରୀ ପାଇଁ ରାସ୍ତା ଆରପାରିଦୋକାନ କୁ ଯାଉଥିଲେ ସେହି ସମୟରେ ଏକ ଆଦିବାସୀ ଯୁବକ ଏକ ରୋଗୀ କୁ ଧରି ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା କୁ ଯାଉଥିଲେ ତାଙ୍କ ସହ ଧକ୍କା ହୋଇଥିଲା, ଭଗବାନ ପଡି ଯାଇଥିଲେ ତାଙ୍କର ମୁଣ୍ଡ ପଛ ପଟ ମାଡ ହୋଇଥିଲା ନାକ କାନ ରୁ ରକ୍ତ ସ୍ରାବ ହୋଇଥିଲା ସ୍ଥାନୀୟ ଲୋକମାନେ ତାଙ୍କୁ ସଂଗେ ସଂଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ଅଧିକ ଗୁରୁତ୍ୱ ହେବାରୁ ମାଲକାନଗିରି ସଦର ଡାକ୍ତର ଖାନା କୁ ନେଇଥିଲେ ସେଠାରେ ଚିକିତ୍ସା ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି, ତାଙ୍କ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି, ତାଙ୍କର ମୃତ୍ୟୁ ରେ କାଲିମେଳା ଅଞ୍ଚକ ରେ ଶୋକା କୁଳ ପରିବେଶ ଦେଖିବାକୁ ମିଳିଛି,

 

Leave A Reply

Your email address will not be published.