mobile header

ତାଳ ଗଛ ଉପରୁ ପଡି ଯୁବକ ଜଣକ ଗୁରୁତର


କାଲିମେଳା ତା ୨୪/୪ ବର୍ତମାନ ବର୍ଷା ପବନ ଆସିବା ଆରମ୍ଭ ହୋଇଛି। ଅନ୍ଯପଟେ ଦୁଇଦୁଇ ଥର ଏ ଅଞ୍ଚଳରେ ଘୂର୍ଣ୍ଣିଝଡ଼ କାଳ ବୈଶାଖୀ ପ୍ରବଳ ପବନ ଯୋଗୁ କାହାର ଚାଳଛପର ଉଡିଯାଇଛି ତ କାହାର ଘର ଉପରେ ଗଛ ପଡି ଘରଦ୍ଵାର ନଷ୍ଟ ହୋଇ ଯାଇଛି ।ଏପରି ସ୍ଥିତିର ଘରକୁ କେତେକ ଲୋକ ମରାମତି କରିଛନ୍ତି ତ ଆଉ କେତେକ ଘରର ପୁରୂଣା ଗତ ବର୍ଷ ର ତାଳ ପତ୍ର ଛପର ବାହାର କରି ନୂଆ ତାଳ ପତ୍ର ଛପର କରିଥାନ୍ତି ପ୍ରତ୍ୟେକ ବର୍ଷ ପାଣି କେମିତି ଘରର ଭିତରେ ନଗଳୁ ବୋଲି ଏହି ଉଦ୍ଯାଶରେ ନିଜ ଘର ଛପର ପାଇଁ ତାଳ ଗଛରେ ଚଢି ପତ୍ର କାଟୁଥିବା ବେଳେ ଖସି ପଡି ଯୁବକ ଗୁରୁତ୍ତର, ଏପରି ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗି ୱାଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆର୍ଣ୍ଣମାଳା ଗ୍ରାମରେ ଗ୍ରାମର ଭିମା କବାସୀଙ୍କ ୨୯ ବର୍ଷ ବୟସ ର ପୁଅ ମୁକା କବାସୀ ଆଜି ସକାଳେ ନିଜ ଘର ଛପର ପାଇଁ ନିଜ ଜମିରେ ଥିବା ତାଳ ଗଛକୁ ଚଢି ତାଳ ପତ୍ର କାଟୁଥିଲା ବେଳେ କୌଣସି କାରଣରୁ ତଳକୁ ଖସି ପଡ଼ିଥିଲେ ଫଳରେ ତାଙ୍କର ଗଳାର ହାଡ ଭାଙ୍ଗିଯାଇଛି ବୋଲି ସୂଚନା ମିଳିଛି ।ତାଙ୍କୁ ପରିବାର ଲୋକେ ସଂଗେ ସଂଗେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟତମ ଏମ:ପି:ଭି :୨୧ ଗ୍ରାମ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଏଠାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା l ପୁଣି ଏଠାରୁ ଅବସ୍ଥା ସଂକଟାପନ୍ନ ଥିବା ଯୋଗୁ ଉନ୍ନତ ମାନର ଚିକିତ୍ସା ସକାଶେ ଜିଲ୍ଲାର ମୂଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.