ବିପୁଳ ପରିମାଣର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖ ଯାଇଥିବା ଗଞ୍ଜେଇକୁ ଗତକାଲି ରାତ୍ରିରେ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ । ସୂଚନା ଅନୁଯାୟୀ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୋଲିସକୁ ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା । ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବଡ଼ପଦର ପଞ୍ଚାୟତର ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଡାଉ କରିଥିଲେ । ଦୂରରୁ ପୋଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରରେ ସୁଯୋଗ ନେଇ ଗଞ୍ଜେଇ ଛାଡିକି ଜଙ୍ଗଲ ଭିତରକୁ ପଳେଇଥିଲେ । ପୋଲିସ ସେଇ ଘଟଣାସ୍ଥଳରୁ ୮୫ଟି ଜରି ବସ୍ତାରେ ଭର୍ତି ହୋଇ ରହିଥିବା ଗଞ୍ଜେଇକୁ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ । ସେ ସବୁ ଗଞ୍ଜେଇକୁ ଓଜନ କରାଯିବ ପରେ ତାହା ୨ ଟନ ୧୫୨ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପନ୍ଦର ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇ.ଆଇ.ସି. ମୁକୁନ୍ଦ ମେଲେକା ସୂଚନା ଦେଇଛନ୍ତି । ଅସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଞ୍ଚିବା ଦେଖି ଆସାମୀ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ । ବର୍ତମାନ ଚିତ୍ରକୋଣ୍ଡା ପୋଲିସ କାହାର ଗଞ୍ଜେଇ କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକ ତଦନ୍ତ ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଥାନା ଅଧିକାରୀ ।

Leave A Reply

Your email address will not be published.