mobile header

ନୂଆ ସଂସଦ ଭବନ: କାହିଁକି ଭିନ୍ନ, କାହିଁକି ସ୍ୱତନ୍ତ୍ର ? ଜାଣନ୍ତୁ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ନୂଆ ଭାରତର ନୂଆ ସଂସଦ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ । ତେବେ ଜାଣନ୍ତୁ ନୂଆ ସଂସଦ ଭବନ କାହିଁକି ଭିନ୍ନ ? କ’ଣ ରହିଛି ଏଥିରେ ସ୍ୱତନ୍ତ୍ରତା ।

ନୂଆ ସଂସଦ ଭବନ    ପୁରୁଣା ସଂସଦ ଭବନ
ଲୋକସଭା ହଲ୍ କ୍ଷମତା – ୮୮୮  ଲୋକସଭା ହଲ୍ କ୍ଷମତା – ୫୪୩
ରାଜ୍ୟସଭା ହଲ୍ କ୍ଷମତା – ୩୦୦   ରାଜ୍ୟସଭା ହଲ୍ କ୍ଷମତା – ୨୫୦
ପରିସୀମା – ୬୫ ହଜାର ବର୍ଗମିଟର ପରିସୀମା- ୨୪,୨୮୧ ବର୍ଗମିଟର
ଲୋକସଭା ହଲରେ ବସିପାରିବ ଯୁଗ୍ମ ଅଧିବେଶନ     ସେଂଟ୍ରାଲ ହଲରେ ବସୁଛି ଯୁଗ୍ମ ଅଧିବେଶନ
ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ    ଅନେକ ଅତ୍ୟାଧୁନିକ ସୁବିଧା ନାହିଁ
ଭୋଟିଂ ପାଇଁ ବାୟୋମେଟିକ୍ ସୁବିଧା    ପରବର୍ତ୍ତୀ ସମୟରେ ଯୋଡ଼ା ଯାଇଛି
ଆତ୍ମନିର୍ଭର ଭାରତର ପ୍ରତୀକ   ଉପନିବେଶବାଦର ପ୍ରତୀକ!
ତ୍ରିକୋଣୀୟ ଢାଂଚାରେ ଗଢ଼ାଗୋଲାକାର ଆକାରରେ ଗଢ଼ା

ନୂଆ ସଂସଦ ଭବନର ସୁବିଧା

– ଦିବ୍ୟାଙ୍ଗ ପାଇଁ ଅନୁକୂଳ ନୂଆ ସଂସଦ ଭବନ
– ମୁକ୍ତ ଓ ସ୍ୱାଧୀନ ଭାବେ ବୁଲିପାରିବେ ଦିବ୍ୟାଙ୍ଗ
– ଖୋଲା ସ୍ଥାନରେ ‘ଲନ୍’ ବ୍ୟବସ୍ଥା ରହିଛି
– ସଂସଦର ଅଗଣାରେ ବରଗଛ ଲଗାଯାଇଛି
– ସାଂସଦମାନେ ମୁକ୍ତ ଭାବେ ଏଠି ଆଲୋଚନା କରିପାରିବେ
– ଉଭୟ ଲୋକସଭା ଓ ରାଜ୍ୟସଭାର କ୍ଷମତା ଅଧିକ
– ଲୋକସଭା: ଜାତୀୟ ପକ୍ଷୀ ‘ମୟୂର’ ଥିମ୍ ଦ୍ୱାରା ଅନୁପ୍ରାଣିତ
– ରାଜ୍ୟସଭା: ଜାତୀୟ ଫୁଲ ‘ପଦ୍ମ’ ଥିମ୍ ଦ୍ୱାରା ଅନୁପ୍ରାଣିତ
– ସଂସଦୀୟ ଗୃହରେ ଭାରତୀୟ କଳା ଓ ସଂସ୍କୃତିର ଝଲକ
– ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ଓ ସେବା ରହିଛି
– ଅଡିଓ-ଭିଜୁଆଲ ଟେକ୍ନୋଲୋଜିର ସୁବିଧା ରହିଛି
– ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା ରହିଛି

ନୂଆ ସଂସଦ ଭବନ: ରୋଚକ ତଥ୍ୟ

– ସେଂଟ୍ରାଲ ହଲ୍ ନାହିଁ, ଯୁଗ୍ମ ଅଧିବେଶନ ପାଇଁ ଲୋକସଭା ହଲ୍ ଯଥେଷ୍ଟ
– ପ୍ରତି ଆସନରେ ଅତ୍ୟାଧୁନିକ ସେବା ଓ ସୁବିଧା ଉପଲବ୍ଧ
– ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଭୟ ଗୃହରେ ରହିଛି ସ୍ୱତନ୍ତ୍ର ସୁବିଧା
– ସଂସଦୀୟ କମିଟି ବୈଠକ ପାଇଁ ସ୍ୱତନ୍ତ୍ର ହଲ୍ ବ୍ୟବସ୍ଥା
– ନୂଆ ସଂସଦ ଭବନ ପରିବେଶ ଅନୁକୂଳ
– ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ପାଇଁ ୯୨ଟି କୋଠରୀ ରହିଛି

ପୁରୁଣା ସଂସଦ ଭବନ

– ଇଂରେଜ ଶାସନ ସମୟରେ ସଂସଦ ଭବନ ଗଢ଼ା ହୋଇଥିଲା
– ଏହା ନିର୍ମାଣ ପାଇଁ ୬ ବର୍ଷ ସମୟ ଲାଗିିଥିଲା
– ୧୯୨୧ରୁ ୧୯୨୭ ମଧ୍ୟରେ ନିର୍ମାଣ ହୋଇଥିଲା
– ୧୯୨୧ରେ ପ୍ରିନ୍ସ ଅର୍ଥର ଏହାର ଭିତ୍ତିପ୍ରସ୍ତର ରଖିଥିଲେ
– ଏଡୱିନ୍ ଲୁଟ୍ୟେନ୍ସ ଓ ହବର୍ଟ ବେକର୍ ଏହାର ସ୍ଥପତି ଥିଲେ
– ସ୍ଥାନ କମ ପଡ଼ିବାରୁ ଦୁଇ ମହଲା ଯୋଡ଼ା ଯାଇଥିଲା
– ରାଷ୍ଟ୍ରପତି ଭବନଠାରୁ ଏହାର ଦୂରତା ୭୫୦ ମିଟର

ନୂଆ ସଂସଦ ଭବନର ରୋଚକ ତଥ୍ୟ

-୨୬ ହଜାର ୪୫ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହାର ହୋଇଛି
-୬୩ ହଜାର ୮୦୭ ମେଟ୍ରିକ ଟନ୍ ସିମେଂଟ ବ୍ୟବହାର ହୋଇଛି
-୯ ହଜାର ୬୮୯ କ୍ୟୁବିକ୍ ମିଟର ଫ୍ଲାଏ ଆସ୍ ବ୍ୟବହର ହୋଇଛି
-୮୬୨ କୋଟି ଟଙ୍କାରେ ଟେଣ୍ଡର ନେଇଥିଲା ଟାଟା ପ୍ରେଜେକ୍ଟ ଲିମିଟେଡ୍
-୨୦୨୦ରେ ନିର୍ମାଣ ଖର୍ଚ୍ଚ ୯୭୧ କୋଟି ଟଙ୍କାରେ ପହଁଚିଥିବା କହିଥିଲେ ସରକାର
-ଶେଷ ତଥ୍ୟ ସୁଦ୍ଧା ନିର୍ମାଣ ଖର୍ଚ୍ଚ ୧୨ ଶହ ୫୦ କୋଟି ଟଙ୍କାରେ ପହଁଚିଛି
-ନିର୍ମାଣ କାର୍ଯ୍ୟରେ ୧୦ ହଜାର କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ କର୍ମଚାରୀ କାମ କରିଛନ୍ତି
-ଏହି ନିର୍ମାଣ କାମ ପାଇଁ ୨୩ ଲକ୍ଷ ୪ହଜାର ଶ୍ରମ ଦିବସ ସୃଷ୍ଟି ହୋଇଥିଲା

କାହିଁକି ଭିନ୍ନ, କାହିଁକି ସ୍ୱତନ୍ତ୍ର (ନୂଆ ସଂସଦ ଭବନ)

– ସୁଶାସନର ପ୍ରତୀକ ରାଜଦଣ୍ଡ ସ୍ଥାନ ପାଇବ
– ଜାତୀୟ ପକ୍ଷୀ ମୟୂର ‘ଥିମ୍’ରେ ଅନୁପ୍ରାଣିତ ଲୋକସଭା
– ଜାତୀୟ ଫୁଲ ‘ପଦ୍ମ’ ଥିମରେ ଅନୁପ୍ରାଣିତ ରାଜ୍ୟସଭା
– ନୂଆ ସଂସଦର ଅଗଣାରେ ବରଗଛ ଲଗାଯାଇଛି
– ନୂଆ ସଂସଦର ତ୍ରିକୋଣୀୟ ଢାଂଚା ଏକ ପବିତ୍ର ବାର୍ତ୍ତା ଦେବା ସହ ଦେଶର ସଂସ୍କୃତିକୁ ସୂଚାଉଛି

ସଂସଦ ଭବନର ଉପକରଣ

ନୂଆ ସଂସଦ ଭବନ ପାଇଁ ଶାଗୁଆନ କାଠ ମହାରାଷ୍ଟ୍ରର ନାଗପୁରରୁ ଆସିଛି
ବାଲୁକା ପଥର ରାଜସ୍ଥାନର ସରମଥୁରାରୁ ଆସିଛି
ଉତ୍ତରପ୍ରଦେଶର ମିର୍ଜାପୁରରୁ କାର୍ପେଟ୍ ଆସିଛି
ତ୍ରିପୁରାର ଅଗରତାଲାରୁ ବାଉଁଶ କାଠର ଫ୍ଲୋରିଂ ଆସିଛି
ପଥରରେ ଚିତ୍ତାକର୍ଷକ କାର୍ଯ୍ୟ ସାମଗ୍ରୀ ରାଜସ୍ଥାନର ରାଜନଗର ଓ ଉତ୍ତରପ୍ରଦେଶର ନୋଏଡାରୁ ଆସିଛି
ଅଶୋକ ପ୍ରତୀକକୁ ମହାରାଷ୍ଟ୍ରର ଔରଙ୍ଗାବାଦ ଓ ରାଜସ୍ଥାନର ଜୟପୁରରୁ ଅଣାଯାଇଛି
ଅଶୋକ ଚକ୍ରକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଅଣାଯାଇଛି
ଫର୍ଣ୍ଣିଚର ସାମଗ୍ରୀ ମୁମ୍ବାଇରୁ ଆମଦାନୀ କରାଯାଇଛି
ରାଜସ୍ଥାନର ଜୈସଲାମରରୁ ଲାଖ ମଗାଯାଇଛି
ରାଜସ୍ଥାନର ଅମ୍ବାଜୀରୁ ଧଳା ମାର୍ବଲ ପଥର କିଣାଯାଇଛି
ରାଜସ୍ଥାନର ଉଦୟପୁରରୁ ସ୍ୱତନ୍ତ୍ର ସବୁଜ ପଥର ଅଣାଯାଇଛି
ଆବୁ ରୋଡ୍ ଓ ଉଦୟପୁରରେ ପଥର ଖୋଦେଇ କାମ କରାଯାଇଛି
ରାଜସ୍ଥାନର କୋଟପୁତଲୀରୁ ମଧ୍ୟ କିଛି ପଥର ମଗାଯାଇଛି
ଗୁଜରାଟର ଅହମ୍ମଦାବାଦରୁ ପିତ୍ତଳ କାମ ଓ ଫ୍ରି-କାଷ୍ଟ ଟ୍ରେଂଚ ମଗାଯାଇଛି
ଏଲଏସ ବା ଆରଏସ ଫ୍ଲାସ ସିଲିଂ ଷ୍ଟିଲ ଢାଂଚା ଦାମନ ଓ ଡିଉରୁ ଅଣାଯାଇଛି

Leave A Reply

Your email address will not be published.