ମାଛ ଧରିବାକୁ ଯାଇ ସାବେରୀ ନଦୀରେ ବୁଡ଼ି ଜଣେ ମୃତ୍ୟୁ

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଶବ ଉଦ୍ଧାର
ମାଲକାନଗିରି: କାଳ ବୈଶାଖୀରେ ସତୀଗୁଡା ଡ୍ୟାମରେ ଦୁଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବାର ଘଟଣା ଦୁଇ ଦିନ ନ ପୂରୁଣୁ ଆଉ ଏକ ଘଟଣା ଜଣେ ମତ୍ସ୍ୟଜୀବୀ ସାବେରୀ ନଦୀରେ ମାଛ ଧରିବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବାର ସୂଚନା ରହିଛି। ସୂଚନା ମୁତାବକ ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ମାଟାପକା ପଞ୍ଚାୟତର କତାମାଟେରୁ ଗ୍ରାମର ଦିୟା ମାଡକାମି ବୟସ ୨୬ ବର୍ଷ ତାଙ୍କର ଜଣେ ସମ୍ପର୍କୀୟ ଭାଇକୁ ସାଙ୍ଗରେ ନେଇ ନିକଟରେ ଥିବା ସାବେରୀ ନଦୀ କୂଳକୁ ଶନିବାର ଦିନ ଅପରାହ୍ନରେ ଜାଲ ନେଇ ମାଛ ଧରିବା ପାଇଁ ଯାଇଥିଲା । ସମ୍ପର୍କୀୟ ଭାଇକୁ ନଦୀ କୁଳ ଘାଟରେ ରହିବାକୁ କହି ନଦୀ ଭିତରେ ମାଛ ଧରିବା ପାଇଁ ଜାଲ ପକାଇ ଧରିବା ଅବସ୍ଥାରେ ନଦୀର ଗଭୀର ପାଣିରେ ବୁଡି ଯାଇଥିଲା ଦିୟା ବୁଡ଼ି ଯାଇଥିବା ଦେଖି ସମ୍ପର୍କୀୟ ଭାଇ ସନ୍ଧ୍ୟାରେ ଦିୟାର ପରିବାରବର୍ଗଙ୍କୁ ଜଣାଇଥିଲା ।ଖବର ଶୁଣିବା ପରେ ରାତିରେ ପରିବାରବର୍ଗ ଓ ଗ୍ରାମ ବାସି ନଦୀ କୂଳରେ ଆସି ରାତି ତମାମ ଖୋଜିଥିଲେ । କିନ୍ତୁ ପରିବାରବର୍ଗ ନିରାଶ ହୋଇ ଫେରିବା ପରେ ରବିବାର ଦିନ ମାଲକାନଗିରି ଥାନା ଅଧିକାରୀ ରିଗନ୍ କିଣ୍ଡୋଙ୍କୁ ପରିବାରବର୍ଗ ସମସ୍ତ ଘଟଣା ଜଣାଇଥିଲେ । ପରେ ମାଲକାନଗିରି ଥାନା ଅଧିକାରୀ ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ କତାମାଟରୁ ଗ୍ରାମରେ ପହଞ୍ଚି ଘଟଣାସ୍ଥଳ ସାବେରୀ ନଦୀରେ ଖୋଜା ଖୋଜି ପରେ ଦିୟାର ଶବକୁ ଉଦ୍ଧାର କରାଯାଇଥିଲା ବୋଲି ଥାନା ଅଧିକାରୀ ରିଗନ କିଣ୍ଡୋ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.