ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ପୂର୍ବ ଉପକୂଳ ବା ବଙ୍ଗୋପସାଗର ଉପକୂଳକୁ କୁହାଯାଏ କରମଣ୍ଡଳ । ସେଥିପାଇଁ ଏହି ଟ୍ରେନ୍ର ନାମ ରଖା ଯାଇଛି କରମଣ୍ଡଳ ଏକ୍ସପ୍ରେସ୍ । କାରଣ ଏହା ସମ୍ପୂର୍ଣ୍ଣ ଭାବେ କରମଣ୍ଡଳ ଉପକୂଳକୁ ଅତିକ୍ରମ କରେ । କୁହାଯାଏ ତାମିଲନାଡୁର ମହାନ ଚୋଳ ରାଜବଂଶ ଦ୍ବାରା ଶାସିତ ଜମିକୁ ଚୋଳମଣ୍ଡଳମ କୁହାଯାଏ । କରମଣ୍ଡଳ ଶବ୍ଦଟି ଏହିଠାରୁ ହିଁ ଆସିଛି । ଦେଶର ପୂର୍ବ ଉପକୂଳକୁ କରମଣ୍ଡଳ କୋଷ୍ଟ କୁହାଯାଏ । ସେଥିପାଇଁ ଏହି ଟ୍ରେନର ନାମ ରଖାଯାଇଛି କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନ ସମଗ୍ର କରମଣ୍ଡଳ ତଟ ଦେଇ ଗତି କରେ ।
ଟ୍ରେନ୍ ଦକ୍ଷିଣ ପୂର୍ବ ରେଳ ଜୋନର ଏକ ଅଂଶ ଯାହାକି ପୂର୍ବରୁ ବଙ୍ଗଳା ନାଗପୁର ରେଳ ନାମରେ ଜଣାଶୁଣା । ଏହି ଟ୍ରେନ୍ ୨୫ ଘଣ୍ଟା ୩୦ ମିନିଟରେ ୧୬୬୨ କିଲୋମିଟର ଯାତ୍ରା ସମାପ୍ତ କରେ । ଏହାର ସର୍ବାଧିକ ଗତି ହେଉଛି ୧୩୦ କିଲୋମିଟର । ଶାଲିମାରରୁ ଚେନ୍ନାଇ ଯାତ୍ରା କରିବା ସମୟରେ ଏହାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ । ଏହି ଟ୍ରେନକୁ ଦକ୍ଷିଣ ପୂର୍ବ ରେଳର କିଙ୍ଗ ମଧ୍ୟ କୁହାଯାଏ । ଏହା ଭାରତୀୟ ରେଳବାଇର ସର୍ବପ୍ରଥମ ସୁପରଫାଷ୍ଟ ଟ୍ରେନ୍ । କୋଲକାତାରୁ ଚେନ୍ନାଇ ଯାଉଥିବା ଅଧିକାଂଶ ଯାତ୍ରୀଙ୍କର ଏହା ପ୍ରଥମ ପସନ୍ଦ । ଏହି ଟ୍ରେନ୍ ବର୍ଷସାରା ପ୍ୟାକ୍ ହୋଇ ରହିଥାଏ ।
ପ୍ରଥମେ ଏହି ଟ୍ରେନ୍ ହାଓଡ଼ାରୁ ଚେନ୍ନାଇ ଚାଲୁଥିଲା । ତେବେ ଗତ ବର୍ଷ ଜାନୁଆରୀ ମାସରୁ ଏହି ଟ୍ରେନ୍ ଶାଲିମାରରୁ ଚେନ୍ନାଇ ଯାତ୍ରା କରୁଛି । ୧୯୭୭ରେ ଏହାର ଶୁଭାରମ୍ଭ ହୋଇଥିଲା । ପ୍ରଥମେ କେବଳ ବିଜୟଓ୍ଵାଡ଼ା, ବିଶାଖାପାଟଣା ଏବଂ ଭୁବନେଶ୍ୱରରେ ଅଟକୁ ଥିଲା । ପୁଣି ସପ୍ତାହକୁ ମାତ୍ର ଦୁଇଥର ଚାଲୁଥିଲା । ମାତ୍ର ସାଢ଼େ ୨୩ ଘଣ୍ଟାରେ ପୂରା ଦୂରତା ଅତିକ୍ରମ କରୁଥିଲା । ପରବର୍ତ୍ତୀ ସମୟରେ ଅଧିକ ଷ୍ଟେପେଜ୍ ଯୋଗୁଁ ଏହାର ପହଞ୍ଚିବା ସମୟ ତିନି ଘଣ୍ଟା ବିଳମ୍ବ ହେଲା । ଅର୍ଥାତ୍ ଏବେ ୨୬ ଘଣ୍ଟାରେ ପହଞ୍ଚୁଛି । ଏହାକୁ ସାଉଥ୍-ଇଷ୍ଟର୍ଣ୍ଣ ରେଲେଓ୍ଵର ରାଜା ବୋଲି କୁହାଯାଏ ।