ଏନ୍ଏଚ୍ଏଫ୍ ପକ୍ଷରୁ ସୁରକ୍ଷିତ ଭଵିଷ୍ଯତ ପାଇଁ ଓ ଜଳଵାୟୁ ପରିଵର୍ତ୍ତନର ଵିଷ ଵଳୟରୁ ମୁକ୍ତି ପାଇଁ ସାଇକେଲ ଯାତ୍ରା ଅଭିଯାନ

ଭୁଵନେଶ୍ଵର: ତା୨୪/୪/୨୦୨୨ରିଖ: ନେସନାଲ ହକର ଫେଡେରେଶନ ସହଵନ୍ଧିତ ଓଡିଶା ପଥଵିକ୍ରେତା ସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ଵ୍ଯଵସାୟୀ ଓ ଭେଣ୍ଡିଙ୍ଗ୍ ଜୋନ୍ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ମିଳିତ ଭାଵେ ଭୁଵନେଶ୍ଵର ରସୁଲଗଡ଼ ଛକରୁ କଳ୍ପନା ଛକ, ରାଜ ମହଲ ଛକ ହୋଇ ଜୟଦେଵ ଭଵନ ପର୍ଯ୍ଯନ୍ତ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପରିଵେଶକୁ ପ୍ରଦୂଷଣ ମୁକ୍ତ କରିଲେ ହିଁ ଆମ ଭଵିଷ୍ଯତ ସୁରକ୍ଷୀତ ରହି ପାରିଵ। ଏଥିପାଇଁ ଵିଶ୍ଵ ଵ୍ଯାପୀ ଏସିଆନ୍ ପିପୁଲସ୍ ମୁଭମେଣ୍ଟ ଅନ ଡେଵଟ୍ ଆଣ୍ଡ ଡେଭଲପମେଣ୍ଟ (ଏପିଏମଡି), ଏନଭିରୋନିକସ୍ ସହ ନେସନାଲ ହକର ଫେଡେରେଶନ ପକ୍ଷରୁ ମିଳିତ ଭାଵେ ପ୍ରଦୂଷଣ ମୁକ୍ତ ସାଇକେଲ ଯାତ୍ରା ଆରମ୍ଭ ହୋଇଅଛି।

ଭାରତର ଅନ୍ଯତମ ପ୍ରଦୂଷିତ ମହାନଗର ଭୁଵନେଶ୍ଵରରେ ପ୍ରଦୂଷଣ ମୁକ୍ତ ସାଇକେଲ ଯାତ୍ରାର ଅଭିଯାନ ଆରମ୍ଭ କରାଯାଇଛି। ସାଇକେଲ ଚଲାଅ – ପରିଵେଶ ଵଞ୍ଚାଅ,ପ୍ଯାରିସ ରାଜନାମା ଅଵିଳମ୍ଵେ କାର୍ଯ୍ଯକାରୀ କରାଯାଉ, କୋଇଲା ଭଳି ଜୀଵାସ୍ମ ଇନ୍ଧନ ସମ୍ପୁର୍ଣ୍ଣ ଵନ୍ଦ କରାଯାଉ, ପ୍ଯାରିସ ଚୁକ୍ତି ସ୍ଵାକ୍ଷର ପରେ ଘରୋଇକରଣ କରାଯାଇଥିଵା ଵେଲଗାମ କୋଇଲା ଖଣି ଖନନ ତାପମାତ୍ରା ଵୃଦ୍ଧି ପାଉଛି,ଏହାକୁ ତୁରନ୍ତ ଵନ୍ଦକରିଵା, ପଥଵିକ୍ରେତା ଓ ଅସଂଗଠିତ କ୍ଷେତ୍ରର ଶ୍ରମଜୀଵିଙ୍କୁ ଜଳଵାୟୁ ନ୍ଯାୟ ପ୍ରଦାନ କରିଵା, ଵିଶ୍ଵଵ୍ଯାପୀ ଜୀଵ ଜଗତକୁ ଜଳଵାୟୁ ନ୍ଯାୟ ପ୍ରଦାନ କରିଵା, ପ୍ଯାରିସ୍ ପରିଵେଶ ଚୁକ୍ତି ଅଵିଳମ୍ଵେ ଲାଗୁ କରିଵା, ସ୍ମାର୍ଟ ସିଟି ଓ ଶିଳ୍ପାୟନ ନାମରେ ଜଙଗଲ ଧ୍ଵଂସ ଵନ୍ଦ କରିଵା,ଵିକାଶ ନାମରେ ଵିନାଶ ଵନ୍ଦ କରିଵା, ପେଟ୍ରୋଲିୟମ ଇନ୍ଧନରେ ଚାଲୁଥିଵା ଵ୍ଯକ୍ତିଗତ ଵାହନ ଵନ୍ଦ କରି ସାର୍ଵଜନୀନ ପରିଵହନ ଯାନ ଵ୍ଯଵସ୍ଥା କରିଵା ଓ ସୌର ଶକ୍ତି ଚାଳିତ ଯାନ ଵାହନ ପାଇଁ ପ୍ରୋତ୍ସାହନ ଦେଵା, ପ୍ରତ୍ଯେକ ସହର ଓ ରାସ୍ତାରେ ସ୍ଵତନ୍ତ୍ର ସାଇକେଲ ଟ୍ରାକ ନିର୍ମାଣ କରିଵା, ସହର ଵିକାଶ ଓ ସ୍ମାର୍ଟ ସିଟି ନାମରେ ସହର ରାସ୍ତାପାର୍ଶ୍ଵ ଗଛକାଟିବା ଵନ୍ଦ କରିଵା,ପ୍ରଦୂଷଣ ନିନ୍ତ୍ରଣ କରି ପରିଵେଶ ଵଞ୍ଚାଇଵା, ପ୍ଲାଷ୍ଟିକ ଉତ୍ପାଦନ ଓ ଵ୍ଯଵହାର ସମ୍ପୁର୍ଣ୍ଣ ଵନ୍ଦ କରାଯାଉ, ଵାୟୋଡିଗ୍ରେଡେଵ୍ଲ ସାମଗ୍ରୀ ଉତ୍ପାଦନ ଓ ଵ୍ଯଵହାର ପାଇଁ ପ୍ରୋତ୍ସାହନ ଦିଆଆଉ, ପ୍ରକୃତି ରକ୍ଷା – ଆମ ସୁରକ୍ଷା, ଜଳ,ଜମି ଜଙ୍ଗଲ ସଵୁ କମ୍ପାନୀମାନଙ୍କ ଦ୍ଵାରା ଧ୍ଵଂସ ପାଇଁ ସମର୍ପଣ ପ୍ରକ୍ରୀୟା ଵନ୍ଦ କରିଵା ଦାଵିରେ ଆଜି ଵିଶ୍ଵ ଵ୍ଯାପୀ ଏହି ଅଭିଯାନ ହୋଇ ଅଛି। ଏହା ଵିଭିନ୍ନ ସହରରେ ଜୁନ୍ ୫ ତାରିଖ ପ୍ରକୃତି ଦିଵସ ପର୍ଯ୍ଯନ୍ତ ଚାଲୁରହିଵ।

ଭୁଵନେଶ୍ଵର ମହାନଗର ନିଗମ ଅଞ୍ଚଳର ରସୁଲଗଡ ନେତାଜୀ ପ୍ରତିମୂର୍ତ୍ତି ନିକଟରୁ ନେସନାଲ ହକରଫେଡେରେଶନର ସର୍ଵ ଭାରତୀୟ ଅତିରିକ୍ତ ସାଧାରଣ ସଂପାଦକ ତଥା ଓଡିଶା ପଥଵିକ୍ରେତା ସଂଘ ସଭାପତି ଜୟନ୍ତ ଦାସ, ଭୁଵନେଶ୍ଵର ପଥଵିକ୍ରେତା ସଂଘର ସାଧାରଣ ସଂପାଦକ ପ୍ରଵୋଧ ପଣ୍ଡା,ସହ ସମ୍ପାଦକ ସଂଗୀତା କିଶାନ, ନିଖିଳ ଉତ୍କଳ କ୍ଷୁଦ୍ର ଵ୍ଯଵସାୟୀ ଓ ଭେଣ୍ଡିଙ୍ଗ ଜୋନ ସୁରକ୍ଷା ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ଉପସଭାପତି ନିରଞ୍ଜନ ପାଣ୍ଡେ, ଅଖିଳ ଭାରତ ଛାତ୍ର ସଂଘ ରାଜ୍ଯ ସଭାପତି ସଂଘମିତ୍ରା ଜେନାଙ୍କ ନେତୃତ୍ଵରେ ଏହି ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଵା ଵେଳେ ଏଥିରେ ସୁଚିସ୍ମିତା ଜେନା, ଗୀତା ଵିଶ୍ଵାସ, ସସ୍ମିତା ଖୁଣ୍ଟିଆ,ଵିଜୟ ସେଠୀ,ଶ୍ରୀଧର ମହାନ୍ତି,ପ୍ରମୋଦ ସାହୁ, ଉମାକାନ୍ତ ପ୍ରଧାନ,ନୁର ନଵୀ,ଶରତ ନାୟକ,ନଵ କିଶୋର ଦାସ,ସଞ୍ଜୟ ନାୟକ ଏଵଂ ଶନାତନ ଵେହେରା ପ୍ରମୁଖ ନେତୃତ୍ଵ ନେଇଥିଲେ।

Leave A Reply

Your email address will not be published.